
ନୂଆଦିଲ୍ଲୀ, ୧୯ ମାର୍ଚ୍ଚ (ହି.ସ.) - ପଶ୍ଚିମ ଏସିଆରେ ଚାଲିଥିବା କ୍ଷୁଦ୍ର ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ସନ୍ଧ୍ୟା ୫ଟାରେ ଏକ ସର୍ବଦଳୀୟ ବୈଠକ ସଂସଦ ଭବନ ଆନେକ୍ସରେ ଅନୁଷ୍ଠିତ ହେବ । ପଶ୍ଚିମ ଏସିଆରେ ବଢ଼ୁଥିବା ଉତେଜନାର ଭାରତ ଉପରେ ପ୍ରଭାବ ବିଷୟରେ ଆଲୋଚନା କରାଯିବା ପାଇଁ ଏହି ବୈଠକରେ ସମସ୍ତ ଦଳର ଗୃହ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ସରକାର ବିରୋଧି ଦଳ ସହିତ ଘରୋଇ ଗ୍ୟାସ (ଏଲପିଜି) ଯୋଗାଣ ଏବଂ ଅସ୍ଥିର ବଜାର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିବେ । ତଥାପି, ସରକାରଙ୍କ କଠୋର ସମାଲୋଚକ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା କମ୍ । ରାହୁଲ ଗାନ୍ଧୀ ନିଜେ ଗଣମାଧ୍ୟମ ସହ କଥାବାର୍ତାରେ କହିଛନ୍ତି ଯେ, ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ କେରଳ ଯାଉଛନ୍ତି ।
ଉଲ୍ଲେଖନୀୟ ଯେ, ବିରୋଧି ନେତାମାନେ ଏହି ପ୍ରସଙ୍ଗରେ ସରକାରଙ୍କ ମତକୁ ସମାଲୋଚନା କରି ଯଥାଶୀଘ୍ର ଏକ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ । ମଙ୍ଗଳବାର ଦିନ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତା ଜୟରାମ ରମେଶ ପଶ୍ଚିମ ଏସିଆ ବିବାଦର ସମାଧାନ ପାଇଁ ସରକାରଙ୍କ ପଦକ୍ଷେପକୁ ଟାର୍ଗେଟ କରିଥିଲେ । ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ ଇରାକ ଯୁଦ୍ଧକୁ ନିନ୍ଦା କରୁଥିବା ୨୦୦୩ ସଂସଦୀୟ ପ୍ରସ୍ତାବକୁ ଉଦ୍ଧୃତ କରିଥିଲେ ଏବଂ ଇରାନ ପ୍ରତି ସମାନ ମନୋଭାବ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ