
କେନ୍ଦ୍ରାପଡ଼ା, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡା ପଞ୍ଚାୟତର ଧକେଇନେଉଳି ଗ୍ରାମର ଗାଗୁନି ସେଠୀ ଏବେ ଜଣେ ଦିବ୍ୟାଙ୍ଗ ଅଟନ୍ତି l ବାପାମା, ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ତାଙ୍କର ସୁଖୀ ପରିବାର ଥିଲା l ସମୟଚକ୍ରରେ ଦୀର୍ଘ ୧୨ ବର୍ଷପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗାଗୁନିଙ୍କ ଜୀବନରେ ଦୁଃଖ ଓ କଷ୍ଟର ପାହାଡ଼ ମାଡି ଆସିଥିଲା l ମୃତ୍ୟୁ ମୁଖରୁ ସିନା ସେ ବଂଚିଗଲେ ହେଲେ ଆଜୀବନ ଦିବ୍ୟାଙ୍ଗ ହୋଇଗଲେ l କିଛିଦିନ ତଳେ ଖବର ପାଇବା ପରେ ଗାଗୁନିଙ୍କ ବାଟଚଲାପଥ ପାଇଁ ଏକ ହୁଇଲଚେୟାର ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି l ଜଣେ ଦିବ୍ୟାଙ୍ଗ ଚାଲିନପାରି ପରିବାରର ସହଯୋଗରେ ଏହି ଚେୟାରରେ ବସି ଆଉ କିଛି ଜୀବନ ଖୁସୀରେ ଅତିବାହିତ କରିବ ବୋଲି ଟ୍ରଷ୍ଟର ଲକ୍ଷ୍ୟ ରହିଛି l
ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ପରାମର୍ଶଦାତା ନିମାଇଁଚରଣ କର, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଦିଲ୍ଲୀପ କୁମାର ନାଥ, ଶଶିକାନ୍ତ ନାଥ, ରମାକାନ୍ତ ଦାସ ଓ ନିହାର ରଞ୍ଜନ ସାହୁ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ରବି