ଫୁଲବାଣୀରେ ବିଶ୍ବ ଯକ୍ଷ୍ମା ଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ, ୨୪ ମାର୍ଚ୍ଚ (ହି.ସ.)- ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରର ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଠାରୁ ଏକ ରାଲି ପରିବାର କଲ୍ୟାଣ ମୁଖ୍ୟ ଡଃ. ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା । ଏଥିରେ ଯକ୍ଷ୍ମା ବିଭାଗର ମୁଖ୍ୟ ଡଃ. ସୁରନ୍ଦ୍ର ନାଥ ସିଂ, ଯକ୍ଷ୍ମା
ଫୁଲବାଣୀରେ ବିଶ୍ବ ଯକ୍ଷ୍ମା ଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


କନ୍ଧମାଳ, ୨୪ ମାର୍ଚ୍ଚ (ହି.ସ.)- ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରର ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଠାରୁ ଏକ ରାଲି ପରିବାର କଲ୍ୟାଣ ମୁଖ୍ୟ ଡଃ. ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା । ଏଥିରେ ଯକ୍ଷ୍ମା ବିଭାଗର ମୁଖ୍ୟ ଡଃ. ସୁରନ୍ଦ୍ର ନାଥ ସିଂ, ଯକ୍ଷ୍ମା ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀ ଓସାକସ କର୍ମଚାରୀ, ଏଏନ୍ଏମ ଏବଂ ଜିଏଏନ୍ଏମ ର ଛାତ୍ରଛାତ୍ରୀ, ଶିକ୍ଷକ ଓ ସମସ୍ତ ଚତୁର୍ଥ ଶ୍ରେଣୀର କର୍ମଚାରୀ ଉପସ୍ଥିତ ଥିଲେ । ଏହା ଜିଲ୍ଲାପାଳଙ୍କ ବାସଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା ଓ ପୋଷ୍ଟର ଓ ଲିଫଲେଟ୍ ବଣ୍ଟନ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ପରିଶେଷରେ ପୂର୍ବାହ୍ନ ୧୦ଟାରେ ଏକ ବୈଠକର ଆୟୋଜନ କରାଯାଇଥିଲା ଏବଂ ବିଶ୍ଵ ଯକ୍ଷ୍ମା ଦିବସ ଓ ୧୦୦ ଦିନର କାର୍ଯ୍ୟ ଖସଡା ବିଷୟରେ ଆଲୋଚନା କରାଯାଇଥିଲା ଓ ଏହା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା । ଏଥିରେ ଏ ଏଚ୍ ଏମ୍ ଟି ସି ର ପ୍ରଶିକ୍ଷକା ଶ୍ରୀମତୀ ଏଲିନା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡା ଅଭିନାଷ ଶଙ୍କର, ରକ୍ତଭଣ୍ଡାର ଅଧିକାରୀ ଡଃ. ଜୟଦୀପ ଘୋଷ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ. ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ. ସୁରନ୍ଦ୍ର ନାଥ ସିଂ, ଶ୍ରୀମତୀ ଅନିତା ସାହୁ, ଆଶା କର୍ମୀ, ଏ ଏନ୍ ଏମ୍ ଓ ଜିଏନ ଏମ୍ ର ଛାତ୍ରଛାତ୍ରୀ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ କୁମାର ସାହୁ, ଏସପିଜେ ଶେଷଦେବ ନାୟକ ନିଜର ମତ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯକ୍ଷ୍ମା ଓ ଏଚଆଇଭି ସଂଯୋଜକ ସୁନିଲ କୁମାର ପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande