
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ ବୋଲି
ଶୂନ୍ୟକାଳରେ ବିଜେପି ବିଧାୟକ ସନାତନ ବିଜୁଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଆଗରେ
ହସି ଦେଇ ପଛରେ ଛୁରୀ ମାରିବାରେ ମାହିର । ବିଜେଡ଼ି ଛିଡି ଛିଡି ଯାଉଛି । ଶେଷରେ କେବଳ ଦୁଇ ଜଣ
ଥିବେ । ଆଉ ସବୁ ପଦ୍ମ ପୋଖରୀକୁ ପଳେଇ ଆସିଥିବେ ।
ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ । ସେ ଟଙ୍କା
ଆସିଲା କେଉଁଠୁ । ଅର୍ଥ ହଡ଼ପ ପାଇଁ ଏ ଯୋଜନା ।
ବିଧାନସଭା ଚାଲିଲେ ଗୁମର ଖୋଲିଯିବ । ଯେଉଁଥିପାଇଁ ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ ବୋଲି
ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା