
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ବିଏମ୍ ସି ଅଂଚଳରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ, ବେସରକାରୀ
କାର୍ଯ୍ୟାଳୟ/ପ୍ରତିଷ୍ଠାନ, ସର୍ବସାଧାରଣ ଓ
ରାଷ୍ଟ୍ରାୟତ ଉଦ୍ୟୋଗ, ଗ୍ରୀଷ୍ମ ଋତୁରେ
କାର୍ଯ୍ୟାଳୟ ସମୟରେ ଜନସାଧାରଣଙ୍କ ପାଇଁ ପରିଷ୍କାର ଏବଂ ସୁନିୟନ୍ତ୍ରିତ ପରିବେଶ ବଜାୟ ରଖି ନିଜ
ନିଜ ପରିସରରେ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । ପ୍ରତିଦିନ
ମଧୁର ପାନୀୟ ଜଳର ପୁନଃପୂରଣ ସମେତ ଉପଯୁକ୍ତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ
କୁହାଯାଇଛି । ପାନୀୟ ଜଳ ଯୋଗାଉଥିବା କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକୁ ଅନୁରୋଧ, ସେମାନେ ନିରାପଦ
ପାନୀୟ ଜଳ ବ୍ୟବସ୍ଥା ସହ ଉପଯୁକ୍ତ ଉପାୟରେ ନିୟନ୍ତ୍ରଣ କରନ୍ତୁ ବୋଲି ବିଏମସି କହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା