କଳିଙ୍ଗ ଷ୍ଟାଡିୟମରେ ଇନଡୋର ଆଥଲେଟିକ୍ସ ଚାମ୍ପିଆନସିପର ଉଦ୍ଘାଟନ କଲେ କ୍ରୀଡାମନ୍ତ୍ରୀ
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଭାରତରେ ପ୍ରଥମ ଥର ଜାତୀୟ ଇନଡୋର ଆଥଲେଟିକ୍ସ ଚାମ୍ପିଆନସିପ ଅନୁଷ୍ଠିତ ହେଉଛି। ଏହାର ଭେନ୍ୟୁ ରହିଛି ଓଡ଼ିଶା। ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଏହି ଦୌଡ଼ କୁଦ ପ୍ରତିଯୋଗିତା ଉଦ୍ଘାଟନ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍
କଳିଙ୍ଗ ଷ୍ଟାଡିୟମରେ ଇନଡୋର     ଆଥଲେଟିକ୍ସ ଚାମ୍ପିଆନସିପର ଉଦ୍ଘାଟନ କଲେ କ୍ରୀଡାମନ୍ତ୍ରୀ


ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଭାରତରେ ପ୍ରଥମ

ଥର ଜାତୀୟ ଇନଡୋର ଆଥଲେଟିକ୍ସ ଚାମ୍ପିଆନସିପ ଅନୁଷ୍ଠିତ ହେଉଛି। ଏହାର ଭେନ୍ୟୁ ରହିଛି ଓଡ଼ିଶା।

ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଏହି ଦୌଡ଼ କୁଦ ପ୍ରତିଯୋଗିତା ଉଦ୍ଘାଟନ କରିଛନ୍ତି ରାଜ୍ୟ କ୍ରୀଡ଼ା

ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍। ଏହି ଅବସରରେ ପ୍ରତିକ୍ରିୟାରେ କହିଛନ୍ତି,ଏହା ଆମ ପାଇଁ ସୁନ୍ଦର ଓ ଐତିହାସିକ

ମୁହୂର୍ତ୍ତ।ଜାତୀୟ ଇନଡୋର ଦୌଡ଼କୁଦ ପ୍ରତିଯୋଗିତା ଭାରତରେ ପ୍ରଥମ ଥର ପାଇଁ ଖେଳାଯାଉଛି।

ଭୁବନେଶ୍ଵରରେ ଆୟୋଜନ ହେଉଛି।ଏଥିରେ ୨୭୮ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ଏହାଦ୍ବାରା ଭାରତବର୍ଷ ତଥା ଓଡ଼ିଶାର ଖେଳାଳି ଇନଡୋର ପ୍ରତିଯୋଗିତାରେ ଖେଳିବାର ସୁନ୍ଦର

ଅନୁଭୂତି ପାଉଛନ୍ତି।ଏହା ଆଗକୁ ଆସୁଥିବା ୨୦୨୮ ୱାର୍ଲ୍ଡ ଇନଡୋର ଆଥଲେଟିକ ଚାମ୍ପିଆନସିପ ପୂର୍ବରୁ,ଆମକୁ ମଧ୍ୟ ପ୍ରଶାସନିକ ପରିଚାଳନା ଓ କୌଣସି ଏକ ଇଭେଣ୍ଟର ସଫଳ ଆୟୋଜନ ପାଇଁ ଅଭିଜ୍ଞତା

ଦେବ। ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଓ ଫିଟ୍

ଇଣ୍ଡିଆ ଉପରେ ଗୁରୁତ୍ବ ଦେଉଛନ୍ତି,ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାର

ସ୍ଥିତିକୁ ଖେଳରେ ସୁଦୃଢ କରିବା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି ଉଭୟଙ୍କୁ ମୋର

ଧନ୍ୟବାଦ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande