
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁ କନ୍ଧମାଳ ପୋଲିସ
ପାଖରେ ଆତ୍ମସମର୍ପଣ କରିଛି । ଶୁକ୍ରୁ ଏକେ-୪୭ ସହ ଆତ୍ମସମର୍ପଣ କରିଛି । ଶୁକ୍ରୁ ସହ ଆଉ ୪
ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଶୁକ୍ରୁକୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର
ଥିଲା । କନ୍ଧମାଳରେ ବେଶ୍ ସକ୍ରିୟ ଥିଲା ମାଓ ନେତା ଶୁକ୍ରୁ । ଏଇଟ୍ଥ କମ୍ପାନୀ ନାଁରେ ନୂଆ
ସଂଗଠନ ଚଳାଇଥିଲା ଶୁକ୍ରୁ । ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲା ଓଡ଼ିଶା ପୋଲିସ । ମାର୍ଚ୍ଚ
୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଧାର୍ଯ୍ୟ ହୋଇଛି ଡେଡ୍ଲାଇନ୍ । ଏହି କ୍ରମରେ ଶୁକ୍ରୁ
ଆତ୍ମସମର୍ପଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା