ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ - ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - କଟକ ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ଏକାଧିକ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଦୋହରାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେହିପରି ଘଟଣାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ହେଲେ କେନ୍ଦ୍ରମନ୍ତ୍ରୀ ଘଟଣାସ୍
Naveen Patnaik (File Photo)


ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - କଟକ ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ଏକାଧିକ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଦୋହରାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେହିପରି ଘଟଣାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ହେଲେ କେନ୍ଦ୍ରମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ ନକରିବାକୁ ନବୀନ ସମାଲୋଚନା କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀଙ୍କ ଦାରୁଣ ମୃତ୍ୟୁକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ କେନ୍ଦ୍ରମନ୍ତ୍ରୀ କଟକ ମେଡିକାଲ ପରିଦର୍ଶନ କରିନାହାନ୍ତି, ଏହା ମୋତେ ବେଶ ଚକିତ କରିଛି। ବାସ୍ତବରେ ଏହା ଅତ୍ୟନ୍ତ ଦୁଃଖଦାୟକ।

ବିଜେଡି ସରକାର ସମୟରେ ଯେତେବେଳେ ଏକ ଘରୋଇ ମେଡିକାଲରେ ଏଭଳି ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନେକ କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହେଲେ କଟକ ବଡ଼ ଡ଼ାକ୍ତରଖାନାର ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଲୋକଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣମାନେ ନିଜେ ତୁଳନା କରିପାରିବେ। ମୁଁ ପୁଣି ଥରେ କହୁଛି; ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande