
ଭୁବନେଶ୍ଵର, 24 ମାର୍ଚ୍ଚ (ହି.ସ.)- ରାଜ୍ୟର
ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ
କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ
୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି ।
ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ
ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ
ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ । ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ
ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ ।
ଏହି ଅନୁମୋଦନ ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର
ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହି ନିଯୁକ୍ତି
ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବ ।
ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ
ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ
ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା