
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ମିଶନ ଶକ୍ତି
ପକ୍ଷରୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ 3 ଲକ୍ଷ 80 ହଜାର 767 ଟି ସ୍ୱୟଂ
ସହାୟକ ଗୋଷ୍ଠୀ ଏଵଂ ମହସଂଘକୁ ମୋଟ 724 କୋଟି 39 ଲକ୍ଷ ଟଙ୍କା ସୁଧ ଫେରସ୍ତ କରିଛନ୍ତି ରାଜ୍ୟ ସରକାର। ଏଠାକୁ ମିଶାଇ ପଞ୍ଚମ ଥର ପାଇଁ
ସରକାର ଏହି ଟଙ୍କା ବ୍ୟାଙ୍କ୍ ଜରିଆରେ ଫେରସ୍ତ କରିଛନ୍ତି। ସେହିପରି ରିଭଲଭିଂ ଫଣ୍ଡ , ଗୋଷ୍ଠୀ ପୁଞ୍ଜି ବିନିଯୋଗ ପାଣ୍ଠି ଏବଂ
ସାମାଜିକ ସୁରକ୍ଷା ପାଣ୍ଠି ବାବଦରେ ୩ ହଜାର
୫୧୦ ଟି ଏସଏଚଜିକୁ ୬.୪୩ କୋଟି, ୧୮୦ ଟି ଗ୍ରାମପଞ୍ଚାୟତ ସ୍ଥାରୀୟ ମହା
ସଂଘକୁ ୫୭.୦୫ କୋଟି ଏଵଂ ୧୦୧ ଟି ଆଞ୍ଚଳିକ ମହସଂଘାକୁ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ
ସହାୟତା ପ୍ରଦାନ କରାଯାଇଛି। ଏହାସହ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ମହିଳା ଓ ଶିଶୁ
କଲ୍ୟାଣ ବିଭାଗ ବ୍ୟାଙ୍କ୍ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
ପରିଡ଼ା ପରାମର୍ଶ ଦିଆଯାଇଥିବା କଥା କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା