
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ସୁଭଦ୍ରା ଚତୁର୍ଥ କିସ୍ତିର ଟଙ୍କା ଯେଉଁ ମା ମାନେ
କୌଣସି କାରଣରୁ ବଞ୍ଚିତ ହୋଇଛନ୍ତି ବା ପାଇନାହାନ୍ତି ସେମାନଙ୍କ ତାଲିକା ବିଭାଗୀୟ ସଚିବ
ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନୁଧ୍ୟାନ କରି ରିପୋର୍ଟ ଆସିବା ପରେ କେଉଁ
କାରଣ ପାଇଁ ବାଦ ପଡିଛନ୍ତି ଜଣା ପଡ଼ିବାପରେ ସେମାନେ ପାଇବାର ଥିଲେ ଦିଆଯିବ ବୋଲି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା