୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଶଙ୍କର କୁଶପୁତଳିକା ଦାହ
dhgjh


ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଶଙ୍କର କୁଶପୁତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟ ଘୋଡ଼ା ବେପାର କରିଥିବା ସାଂସଦ ଦିଲ୍ଲୀପ ରାୟଙ୍କ କୁଶପୁତଳିକାକୁ ଦାହ କରାଯାଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଲେ ଯେ ଦିଲ୍ଲୀପ ରାୟ କେବେ ବିଜେପିରେ ନଥିଲେ କେହି ଜାଣନ୍ତି ନାହିଁ, ସେ ସ୍ୱାଧୀନ ପ୍ରାର୍ଥୀ ନୁହନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଦଳର ନୀତି, ନିଷ୍ପତି, ନିର୍ଦ୍ଦେଶ ଓ ଶୃଙ୍ଖଳାକୁ ଭଙ୍ଗକରି ଯେଉଁ ୩ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ଭୋଟ ଦେଲେ ସେଥିରେ ଜନନାୟକ ରାହୁଲ ଗାନ୍ଧୀଜୀ, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଜୀଙ୍କ ପ୍ରତି ବିଶ୍ୱାସଘାତକତା ହୋଇଛି। ସ୍ୱାଧୀନ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ଭୋଟ ଦେବାପାଇଁ ଏଆଇସିସିର ସଂପୂର୍ଣ୍ଣ ନିର୍ଦ୍ଦେଶ ରହିଥିଲା। ତେଣୁ କଂଗ୍ରେସ ଦଳର ନିର୍ଦ୍ଦେଶକୁ ଅମାନ୍ୟକରି ଯେଉଁ ବିଧାୟକମାନେ ବିଜେପି ସମର୍ôଥତ ବା ବିଜେପି ଦଳର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି ସେମାନେ କଂଗ୍ରେସ ଦଳର ବିରୋଧି ଏବଂ ଦଳପ୍ରତି ବିଶ୍ୱାସଘାତକତା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ବିଜେପି ଦଳ ଏବଂ ବିଜେପି ସରକାର ସବୁବେଳେ ଗଣତନ୍ତ୍ର ବିରୋଧି କାର୍ଯ୍ୟ କରିଥାନ୍ତି। ଓଡ଼ିଶାର ଜନସାଧାରଣ ଘୋଡ଼ାବେପାରୀ ସାଂସଦ ଶ୍ରୀ ରାୟ ଏବଂ ଘୋଡ଼ା ବେପାରରେ ସାମିଲ କଂଗ୍ରେସର ନିଲମ୍ବିତ ୩ ବିଧାୟକଙ୍କ କାର୍ଯ୍ୟକୁ ଘୃଣା କରୁଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁବ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande