
ପୁରୀ, ୨୬ ମାର୍ଚ୍ଚ (ହି.ସ.)- ଆସନ୍ତାକାଲି ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ରାମନବମୀ ନୀତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ |.ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମଜନ୍ମ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ | ମଧ୍ୟାହ୍ନ ଧୂପ ପରେ ଜନ୍ମନୀତି ଅନୁଷ୍ଠିତ ହେବ | ଏଥିପାଇଁ ପ୍ରାୟ ସନ୍ଧ୍ୟା ୫ ରୁ ରାତି ଦଶଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟ।ଳୟ ସୂତ୍ରରୁ ସୂଚନା ମିଳିଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ