
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଚୈତ୍ରମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ଠାରୁ ଦଶହରା ପର୍ଯ୍ୟନ୍ତ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ପୀଠଦେବୀ ମା ଜୟ ଦୁର୍ଗାଙ୍କ ବାସନ୍ତିକ ପୂଜା ଆରମ୍ଭ ହୋଇଛି। ପ୍ରତିଦିନ ମାଙ୍କ ପୂଜାମଣ୍ଡପରେ ଘଟସ୍ଥାପନ, ସୂର୍ଯ୍ୟପୂଜା, ହଳଦୀପଂଚାମୃତ ସ୍ନାନ, ଚଣ୍ଡିପାଠ, ବେଶ ଆଦି ସହ ଷୋଡ଼ଷ ଉପଚାର ପୂଜାରେ ମାଙ୍କୁ ଆରାଧନା କରାଯାଉଛି। ଦଶହରାରେ ମାଙ୍କୁ ମଣ୍ଡାପିଠା ଭୋଗ ଲାଗି କରାଯାଇ ଘଟ ବିସର୍ଜନ କରାଯିବ। ମାଙ୍କ ପୂଜା ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ