ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ପୁରା ବିଧି ବିଧାନରେ ସ୍ଥାପିତ କରାଗଲା ନୀଳକଣ୍ଠ ବର୍ଣ୍ଣିର ୧୦୮ ଫୁଟ ଉଚ୍ଚା ପ୍ରତିମୂର୍ତି
ନୂଆଦିଲ୍ଲୀ,୨୬ ମାର୍ଚ୍ଚ(ହି.ସ.) – ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଭଗବାନ ସ୍ୱାମୀ ନାରାୟଣଙ୍କ ଶିଶୁ ତପସ୍ୱୀ ସ୍ୱରୂପର ପ୍ରତିନିଧିତ୍ୱ କରୁଥିବା ନୀଳକଣ୍ଠ ବର୍ଣ୍ଣିର ପଂଚଧାତୁରେ ତିଆରି ୧୦୮ ଫୁଟ୍ ଉଚ୍ଚା ପ୍ରତିମୂର୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ଗୁରୁବାର ଦିନ ସମ୍ପନ୍ନ ହୋଇଯାଇଛି। ପ୍ରାଣ ପ୍ରତିଷ୍ଠ
ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ପୁରା ବିଧି ବିଧାନରେ ସ୍ଥାପିତ କରାଗଲା ନୀଳକଣ୍ଠ ବର୍ଣ୍ଣିର ୧୦୮ ଫୁଟ ଉଚ୍ଚା ପ୍ରତିମୂର୍ତି


ନୂଆଦିଲ୍ଲୀ,୨୬ ମାର୍ଚ୍ଚ(ହି.ସ.) – ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଭଗବାନ ସ୍ୱାମୀ ନାରାୟଣଙ୍କ ଶିଶୁ ତପସ୍ୱୀ ସ୍ୱରୂପର ପ୍ରତିନିଧିତ୍ୱ କରୁଥିବା ନୀଳକଣ୍ଠ ବର୍ଣ୍ଣିର ପଂଚଧାତୁରେ ତିଆରି ୧୦୮ ଫୁଟ୍ ଉଚ୍ଚା ପ୍ରତିମୂର୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ଗୁରୁବାର ଦିନ ସମ୍ପନ୍ନ ହୋଇଯାଇଛି। ପ୍ରାଣ ପ୍ରତିଷ୍ଠା ବିଏପିଏସ୍ ସ୍ୱାମୀ ନାରାୟଣ ସଂସ୍ଥାର ପ୍ରମୁଖ ମହନ୍ତସ୍ୱାମୀ ମହାରାଜଙ୍କ ସାନ୍ନିଧ୍ୟରେ ବୈଦିକ ବିଧିରେ ଏବଂ ଅନୁଷ୍ଠାନ ସହିତ କରାଯାଇଛି। ସମାରୋହରେ ଦେଶ ବିଦେଶର ଶ୍ରଦ୍ଧାଳୁମାନେ ଭାଗ ନେଇଥିଲେ।

ଅକ୍ଷରଧାମ ପରିସରରେ ଆଜି ସକାଳ ୬ଟାରେ ନୀଳକଣ୍ଠ ବର୍ଣ୍ଣିଙ୍କ ପ୍ରତିଷ୍ଠା ଅନୁଷ୍ଠାନର ଶୁଭାରମ୍ଭ ହୋଇଛି ଏବଂ ପ୍ରାଚୀନ ବୈଦିକ ପରମ୍ପରା ଅନୁଯାୟୀ ପୂର୍ଣ୍ଣ ଶ୍ରଦ୍ଧା ଏବଂ ପବିତ୍ରତା ସହିତ ସମ୍ପନ୍ନ ହୋଇଛି। ଏଥିରେ ଅନ୍ୟ ଅନୁଷ୍ଠାନର ଶୁଭାରମ୍ଭ ୨୫ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ବୁଧବାର ଦିନ ମହନ୍ତସ୍ୱାମୀ ମହାରାଜଙ୍କ ଉପସ୍ଥିତିରେ ବିଶ୍ୱ ଶାନ୍ତି ମହାଯଜ୍ଞ ହୋଇଥିଲା, ଯେଉଁଥିରେ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଭାଗନେଇଥିଲେ। ଶାନ୍ତିର ପ୍ରତୀକ ଧଳା ପାରାକୁ ଆକାଶରେ ଛାଡ଼ି ପଶ୍ଚିମ ଏସିୟାରେ ଯୁଦ୍ଧ ବିରାମ ପାଇଁ ପ୍ରାର୍ଥନା କରାଯାଇଛି।

ପ୍ରାଣ ପ୍ରତିଷ୍ଠା ପରେ ମହନ୍ତସ୍ୱାମୀ ମହାରାଜ କହିଛନ୍ତି ଯେ ଏହା ସବୁଠାରୁ ସୁନ୍ଦର ମୂର୍ତି ଅଟେ। ଏହା ସମ୍ପୂର୍ଣ୍ଣ ବିଶ୍ୱରେ ଶାନ୍ତିର ପ୍ରସାର କରିବ। ଯିଏ ଏଠାରେ ନୀଳକଣ୍ଠ ବର୍ଣ୍ଣିଙ୍କ ଦର୍ଶନ କରିବାକୁ ଆସିବେ, ସେ ସଦ୍ଗୁଣର ପ୍ରେରଣା ପାଇବ ଏବଂ କଲ୍ୟାଣ ପ୍ରାପ୍ତ କରିବ। ଅକ୍ଷରଧାମ ମନ୍ଦିର ପରିସରରେ ସ୍ଥାପିତ ନୀଳକଣ୍ଠ ବର୍ଣ୍ଣି ୧୦୮ ଫୁଟ୍ ଉଚ୍ଚ ଏହି ପ୍ରତିମୂର୍ତି ଶ୍ରଦ୍ଧା, ସଂୟମ ଏବଂ ଆଧ୍ୟାତ୍ମିକ ସାଧନାର ସଶକ୍ତ ପ୍ରତୀକ। ସ୍ୱାମୀ ନାରାୟଣଙ୍କ ଶିଶୁ ତପସ୍ୱୀ ସ୍ୱରୂପର ପ୍ରତିନିଧିତ୍ୱ କରୁଥିବା ଏହି ପ୍ରତିମୂର୍ତି ନୀଳକଣ୍ଠ ବର୍ଣ୍ଣିକୁ ଏକ ପାଦରେ ଗଭୀର ଧ୍ୟାନମଗ୍ନ ମୁଦ୍ରାରେ ଦର୍ଶାଏ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande