
କନ୍ଧମାଳ,୨୬ ମାର୍ଚ୍ଚ(ହି.ସ.) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗୁଦାରୀ ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟରେ ‘ଆମ ସଂସ୍କୃତି ଆମ ଖେଳନା ‘ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜିକା ସୁଜାତା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ସହ-ବୌଦ୍ଧିକ ସହିତ ଖେଳନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ଉପରେ କର୍ମଶାଳାରେ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଶିକ୍ଷଣ ସାମଗ୍ରୀ ଗୁଡ଼ିକ ଦୈନନ୍ଦିନ କାର୍ଯ୍ୟ ସହିତ ଜଡ଼ିତ ସଂସ୍କୃତି ଏବଂ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନକୁ ନେଇଁ ପ୍ରସ୍ତୁତ କରାଯାଇଥିଲା। ଏହି କର୍ମଶାଳାରେ ଗୁଦାରୀ କ୍ଲଷ୍ଟର ର ନଅ ଗୋଟି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ଦୁଇଦିନ ଧରି ବିଭିନ୍ନ ସାଧନ କେନ୍ଦ୍ରର ପ୍ରଶିକ୍ଷକମାନେ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ ଗୁଦାରୀ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜିକା ଏହି ଦୁଇ ଦିନିଆ କର୍ମଶାଳାକୁ ସୁପରିଚାଳନା କରିଥିଲେ। ଏଥିରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଟ୍ଟନାୟକ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ