ଲିଟିଲ୍ ଷ୍ଟାର ପବ୍ଲିକ ସ୍କୁଲରେ ୧୩ ତମ ବାର୍ଷିକ ଉତ୍ସବ
ନୂଆପଡ଼ା,୨୬ ମାର୍ଚ୍ଚ (ହି.ସ)- ନୂଆପଡ଼ା ଜିଲ୍ଲା ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଲିଟିଲ୍ ଷ୍ଟାର ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକ ଉତ୍ସବ ଧୁମଧାମରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସଭା କାର୍ଯ୍ୟ ଆୟୋଜନ ହୋଇଥିଲା । ଉକ୍ତ
Annual function at khariar


ନୂଆପଡ଼ା,୨୬ ମାର୍ଚ୍ଚ (ହି.ସ)- ନୂଆପଡ଼ା ଜିଲ୍ଲା ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଲିଟିଲ୍ ଷ୍ଟାର ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକ ଉତ୍ସବ ଧୁମଧାମରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସଭା କାର୍ଯ୍ୟ ଆୟୋଜନ ହୋଇଥିଲା । ଉକ୍ତ ସଭାରେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାଁ ହିଁ ଜଣେ ଶିଶୁର ସର୍ବାଙ୍ଗୀନ ବିକାଶ କରିପାରିବ ବିଲି କହି ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ସହାୟତା କରିବା ପାଇଁ ତାଙ୍କ ଅଭିଭାଷଣରେ କହିଥିଲେ । ଖଡିଆଳ ନଗରପଳ ଉଜ୍ବଳ ଗୁପ୍ତା ବିଶିଷ୍ଟ ଅତିଥି ଭାବରେ ମଞ୍ଚାସିନ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି , ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ୟାସିନ ମହାଦ, ଖଡିଆଳ ସାଂସ୍କୃତିକ ଅନୁଷ୍ଠାନର ଅଧକ୍ଷ ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଦ୍ୟାଳୟର ଅଧ୍ୟକ୍ଷା ସୁଦିକ୍ଷିତା ଦାସ ଓ ମୁଖ୍ୟବକ୍ତା ଭାବରେ ବଲାଙ୍ଗୀର ଟିଜିଟିର ରାଜମଣି ସାହୁ ସମୂହ ମଞ୍ଚାସିନ ଥିଲେ । ସମସ୍ତେ ନିଜ ନିଜ ଅଭିଭାଷଣରେ ସଜାଗ ଓ ସଚେତନତାର ସହିତ ପାଠ ପଡ଼ିବାକୁ ଓ ଅଭିଭାବକ ମାନଙ୍କୁ ଶିଶୁକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଥିଲେ । ଶ୍ରୀସାହୁ ମା ମାନଙ୍କୁ ଅଗ୍ରାଧିକାର ଦେଇ ବହୁ ସୁନ୍ଦର ସୁନ୍ଦର କଥା ସବୁ କହି ଦର୍ଶକ ଓ ଅଭିଭାବକଙ୍କ ମନ ମୋହିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande