ସମ୍ବଲପୁରରେ ଅତ୍ୟାଧୁନିକ ନାଟ୍ୟପଯୋଗୀ ପ୍ରେକ୍ଷାଳୟ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ସମ୍ବଲପୁର,୨୬, ମାର୍ଚ୍ଚ (ହି.ସ.) -ସମ୍ବଲପୁର ସହରରେ ଏକ ଅତ୍ୟାଧୁନିକ ନାଟ୍ୟପଯୋଗୀ ପ୍ରତିଷ୍ଠା ଦାବିରେ ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି ନାଟ ନାଟୁଆ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଗୁହାରି ଜଣାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ସଦର ମହକୁମାରେ ଥିବା ତପସ୍ୱିନୀ ହଲକୁ ଉନ୍ନତିକରଣ କରାଯାଇ ତାହାକୁ ନାଟ୍ୟପଯୋଗୀ ମଞ୍ଚ ଭାବରେ ପରିଣତ କରିବାକୁ ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ସୂଚନାଯୋଗ୍ୟ

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭୀମସାର, ଭିସୁଟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଆଇଆଇଏମ ପରି ଶିକ୍ଷାନୁଷ୍ଠାନ ମାନଙ୍କରେ କଳା ପ୍ରଦର୍ଶନ ପାଇଁ ପ୍ରେକ୍ଷାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଏହି ମାଟିର କଳା, ଲୋକ ନୃତ୍ୟ, ଲୋକ ଗୀତ, ନାଟକ ଦେଶ ତଥା ବିଦେଶରେ ପ୍ରଦର୍ଶନ କରି ବହୁ ସୁନାମ ସାହୁଙ୍କୁ ଥିବାବେଳେ ସମ୍ବଲପୁରରେ କଳା ପ୍ରଦର୍ଶନ ପାଇଁ ମଞ୍ଚପୋଯୋଗୀ ଏକ ପ୍ରେକ୍ଷାଳୟର ଅଭାବ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କ୍ଷୋଭ ପ୍ରକାଶ କରିଥିଲେ l

ସୂଚନାଯୋଗ୍ୟ ପୂର୍ବରୁ ଅନେକ ଥର ବର୍ତ୍ତମାନର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାଜସ୍ବ ଓ ବିପର୍ଯୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କ ନିକଟରେ ମଞ୍ଚପୋଯୋଗୀ ପ୍ରେକ୍ଷାଳୟ ପ୍ରତିଷ୍ଠା କରିବା ପାଇଁ ଏକାଧୀକ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ l ଇତି ମଧ୍ୟରେ ସମ୍ବଲପୁରରେ ଜାତୀୟ ଓ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ସ୍ଥାନୀୟ ତପସ୍ୱିନୀ ହଲ ପରିସରରେ ପରିବେଷିତ ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ବହୁ ଘାତପ୍ରତିଘାତ ସହ ବ୍ୟୟ ବହୁଳତାର ଶିକାର ହେବାକୁ ପଡିଛି l ଆଜିର ଆଲୋଚନାରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ତୁରନ୍ତ ଆର ଏଣ୍ଡ ସାଥିରେ କଥା ହୋଇ ତପସ୍ୱିନୀ ହଲକୁ ମଞ୍ଚପଯୋଗୀ କରିଯିବାକୁ ପ୍ରତିଶୃତି ଦେଇଥିଲେ l ଏଥିସହ ଆଉ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଥିଲେ lନାଟ ନାଟୁଆ ପକ୍ଷରୁ ଏହି ପ୍ରତିନିଧି ଦଳରେ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସଂଯୋଜକ ଅତିଶ ଶତପଥି, ପ୍ରଦୀପ କୁମାର ପଣ୍ଡା, ବବଲୁ ବାଗ, ପୂର୍ଣ୍ଣଚନ୍ଦ୍ର ଦାସ, ଗୋରେଖ ଲାଲ ଦାସ, ପ୍ରଶାନ୍ତ ମାଝୀ, ସଂଜୀବ ପାଢ଼ୀ, ପ୍ରମୋଦ କୁମାର ମିଶ୍ର, ଯୋଗେଶ ନନ୍ଦ, ପ୍ରତାପ ବାବୁ, ହାରାଧନ ପାଣ୍ଡେ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande