ବିଶାଣୀଖରିଦା ଗ୍ରାମରେ ମା’ ବାସନ୍ତୀ ଦୁର୍ଗା ପୂଜା
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା, ନବଗ୍ରହ ମନ୍ଦିର ରୋଡ଼୍ ବିଶାଣୀଖରିଦା ଗ୍ରାମରେ ମା’ ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ଭକ୍ତି ଓ ଆସ୍ଥାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ପୂଜା କମିଟି ଓ କର୍ମକର୍ତାମାନଙ୍କ ଅନବରତ ପରିଶ୍ରମରେ ଶ୍ରୀ ଶ୍ରୀ ମା’ ବାସନ୍ତୀ ଦୁର୍ଗା
BISANI KHARIDA MAA BASANTI DURGA PUJA


ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା, ନବଗ୍ରହ ମନ୍ଦିର ରୋଡ଼୍ ବିଶାଣୀଖରିଦା ଗ୍ରାମରେ ମା’ ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ଭକ୍ତି ଓ ଆସ୍ଥାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ପୂଜା କମିଟି ଓ କର୍ମକର୍ତାମାନଙ୍କ ଅନବରତ ପରିଶ୍ରମରେ ଶ୍ରୀ ଶ୍ରୀ ମା’ ବାସନ୍ତୀ ଦୁର୍ଗା ପୂଜା ମହାସମାରୋହରେ ସୁସମ୍ପନ୍ନ ହୋଇଅଛି । ଏହି ପବିତ୍ର ଅବସରରେ ସମସ୍ତ ଭକ୍ତମାନଙ୍କର ଭାବନା, ଶ୍ରଦ୍ଧା ଓ ଏକତାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା, ଯାହା ଉତ୍ସବକୁ ଆଉ ଅଧିକ ଆନନ୍ଦମୟ ଓ ସ୍ମରଣୀୟ କରିଦେଇଥିଲା। ଉତ୍ସବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇ ମା’ ବାସନ୍ତୀ ଦୁର୍ଗାଙ୍କ ପାଦପଦ୍ମରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande