ବକ୍ସିବାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪ ତମ ବାର୍ଷିକ ଉତ୍ସବ ପାଳିତ
କେନ୍ଦୁଝର, ୨୬ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ବିଭାଗ ବକ୍ସିବାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ରାଉତ୍ ଙ୍କ ତତ୍ୱାବଧାନରେ ୧୪ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ
ବକ୍ସିବାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪ ତମ ବାର୍ଷିକ ଉତ୍ସବ ପାଳିତ


କେନ୍ଦୁଝର, ୨୬ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ବିଭାଗ ବକ୍ସିବାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ରାଉତ୍ ଙ୍କ ତତ୍ୱାବଧାନରେ ୧୪ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ହରିଚନ୍ଦନପୁର ବ୍ଲକ୍ ଶିକ୍ଷାଧୂକାରୀ ଚିନ୍ମୟ କୁମାର ରାଉତ୍ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା, ଭାବେ ଇଂରାଜୀ ଅଧ୍ୟାପ ଗାୟତ୍ରୀ ରେସିଡେନସିଆଲ କଲେଜ୍ କେନ୍ଦୁଝରର ଜ୍ଞାନେନ୍ଦ୍ର କୁମାର ଜେନା, ସମ୍ମାନିତ ଅତିଥ୍ ଭାବେ ସହକାରୀ ବ୍ଲକ ଶିକ୍ଷା ଅଧୂକାରୀ ସତ୍ୟବ୍ରତ ରାଉତ୍, ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ପ୍ରଦୀପ କୁମାର ସାହୁ, ଟିଜି ଟିଚରର୍ଶ ଆସୋସିଏସନ ହରିଚନ୍ଦନପୁରର ସଭାପତି ବିରେନ୍ଦ୍ର କୁମାର ସାହୁ, ଓସ୍ତପଙ୍ଗା କ୍ଲଷ୍ଟରର ସିଆରସିସି ଲକ୍ଷ୍ମୀଧର ମାହାନ୍ତି, ବକ୍ସିବାରିଗାଁ ପରିଚାଳନା କମିଟିର ସଭ୍ୟ ମାନସ ରଞ୍ଜନ ବାରିକ୍ ଉପସ୍ଥିତ ହୋଇ ସର୍ବ ପ୍ରଥମେ ମା'ତାରିଣୀଙ୍କ ଫଟ ଚିତ୍ରରେ ଧୂପଦୀପ ପ୍ରଜ୍ୱଳନକରି ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମଙ୍ଗଳକାମନା ପାଇଁ ମା'ତାରିଣୀଙ୍କୁ ନିରବର ସହ ପ୍ରଥାନା କରିଥିଲେ। ପରେ ଉପଦେଶ ଛଳରେ ବ୍ଲକ ଶିକ୍ଷା ଅଧୂକାରୀ ଚିନ୍ମୟ କୁମାର ରାଉତ୍ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଛାତ୍ର ଓ ଛାତ୍ରୀ ଟିଏ କିପରି ଅଧ୍ୟାୟନପ୍ରର୍ତି ଆକୃଷ୍ଟ ହୋଇପାରିବ ଉଚ୍ଚ ପଦବୀରେ ଅଧୂଷ୍ଠିତ ହୋଇପାରିବ ତାହାକୁ ସରଳ ଭାବରେ ପିଲାଙ୍କୁ ବୁଝାଇ ଥୂଲେ। ଛାତ୍ରତିଏ ସମୟାନୁବର୍ତୀ ଜିଜ୍ଞାସୁ ଓ ପାଠ ପ୍ରତି ଅନୁରାଗୀ ହେଲେ ଛାତ୍ରଛାତ୍ରୀଙ୍କର କରାୟତ ହୋଇପାରିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିବା ବେଳେ ସରକାରୀ ଶିକ୍ଷକ ତୃଶାନ୍ତ କୁମାର ସାମଲ ନିମନ୍ତ୍ରିତ ହୋଇ ଆସିଥୂବା ଅତିଥ୍ ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟତ୍ର ୟତ୍ରୀ ବନଜା ବାସିନୀ ପରିଡ଼ା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ସାଗରିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସମସ୍ତ ସଭ ସଭ୍ୟ ସଭ୍ୟା ପ୍ରମୁଖ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରି ବିଭିନ୍ନ ଖେଳ ଓ ନାଚ ଗୀତରେ ପାରଦର୍ଶିତା ଅର୍ଜନ କରିଥୂବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande