ସଙ୍କଟ ମୋଚନ ଆଖଡ଼ା, ଭୀମଚୌକ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା
ଝାରସୁଗୁଡା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ସହରସ୍ଥ ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ପକ୍ଷରୁ ରାମ ନବମୀ ଉପଲକ୍ଷେ ଏକ ବିରାଟ ବାଇକ ଶୋଭାଯାତ୍ରା ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସ, ଯୁବନେତା ବିଶାଳ ଦାସ ଶୋଭାଯାତ୍ରା ଯୋଗ ଦେଇଥିବା ବ
ସଙ୍କଟ ମୋଚନ ଆଖଡ଼ା, ଭୀମଚୌକ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା


ଝାରସୁଗୁଡା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ସହରସ୍ଥ ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ପକ୍ଷରୁ ରାମ ନବମୀ ଉପଲକ୍ଷେ ଏକ ବିରାଟ ବାଇକ ଶୋଭାଯାତ୍ରା ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସ, ଯୁବନେତା ବିଶାଳ ଦାସ ଶୋଭାଯାତ୍ରା ଯୋଗ ଦେଇଥିବା ବେଳେ ଏହା ସରବାହାଲ ଠାରୁ ଆରମ୍ଭ ହୋଇ ବେହେରାମାଲ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା | ଶୋଭାଯାତ୍ରାଟି ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେବା ସହ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା | ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ସହିତ ବହୁ ଅନୁଷ୍ଠାନ ହଜାର ହଜାର ଯୁବକ ଏହି ରାମ ନବମୀ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

କାର୍ଯ୍ୟକ୍ରମରେ ପିଣ୍ଟୁ ପାଢ଼ୀ, ରୁବିନ ପାଣ୍ଡେ, ଶିବାଶିଷ ପଟ୍ଟନାୟକଙ୍କ ସହିତ ଯୁବକ ମାନେ ସହଯୋଗ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande