
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- ମାର୍ଶାଘାଇ ଥାନା ଅର୍ନ୍ତଗତ ମଶାକଣି ଠାରେ,ଜାତୀୟ ରାଜପଥର ଗଳାପୋଲ ଉଠୁଛି ଜଗ ସାହାଯ୍ୟରେ। ସନ୍ଦେହଘେରରେ ନିର୍ମାଣ କାର୍ଯ୍ୟ କରୁଥିବା ଏଆରଏସଏସ ଠିକା ସଂସ୍ଥା ଓ ଜାତୀୟ ରାଜପଥ ୫୩ ନମ୍ବର ଅଧିକାରୀ ମାନେ l ଦିନକୁ ଦିନ ଯେତେ ଉନ୍ନତ ମାନର ବିକାଶ ହେଉଛି ଯେମିତି ବଡ଼ ବଡ଼ ବିଲଡିଂକୁ ଉଠାଯାଇ ପାରୁଛି ଜଅଗ ସାହାଯ୍ୟରେ ଠିକ ସେମିତି ଗଳା ପୋଲକୁ ମଧ୍ୟ ନୂତନ ପ୍ରଣାଳୀରେ ଉଠା ଯାଉଛି ପ୍ରାୟତଃ ସାଢେ ୩ ଫୁଟ ହାଇଟ ବ୍ରିଜକୁ ଉଠାଇ ସାରିଲେଣି ଟେକ୍ନିସିଆନ ମାନେ l ଅନେକ ବାର ଜାତୀୟ ରାଜପଥ ଚଣ୍ଡିଖୋଲ ପାରାଦ୍ୱୀପ ନୂତନ ଭାରତର ୮ ଲାଇନ ବିଶିଷ୍ଟ ରାସ୍ତା କାମରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି l ତା'ର ପ୍ରମାଣ ଖୋଦ ଶ୍ୟାମସୁନ୍ଦରପୁର ଗୋଡ଼ା, କେନାଲ ବ୍ରିଜ ଠାରେ ରାସ୍ତା ଧସିଯିବା ପ୍ରମାଣ ଆସିଛି l ଠିକ ସେମିତି ମଶାକଣୀ ଛକ ଠାରେ ଏକ ନୂତନ ପ୍ରଣାଳୀରେ ଗଳା ପୋଲ ଜଅଗ ସାହାଯ୍ୟରେ ଉଠାଯାଉଥିବାରୁ ଏବେ ନିମ୍ନମାନର କାର୍ଯ୍ୟ ହେଉଥିବା ସନ୍ଦେହ ହେଉଛି l ସ୍ଥାନୀୟ ଲୋକଙ୍କ କହିବା କଥା ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ବ୍ରିଜ ଦବିଯାଇଛି l ଯାହାଦ୍ୱାରା ଜଅଗ ଦ୍ୱାରା ଏକ ମାସ ହେବ ଗଳା ପୋଲ ଉଠା ଚାଲିଛି l ବ୍ରିଜ ର ଓଜନ ୨୦୦୦ ଟନ ର ହେବ ବୋଲି ଅନୁମାନ କରାଯାଉଛି l କିନ୍ତୁ ବ୍ରିଜ ରଖିବା ପାଇଁ ଯେଉଁ ବେସ୍ ତିଆରି ହଉଛି ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକ ଦାବୀ କରୁଛନ୍ତି l ଟେଷ୍ଟି କିଉ ଓ ଫେବର ବ୍ଲକ ଦ୍ୱାରା ବେସ୍ ବନା ଯାଉଛି ବେସ୍ ଭିତରେ ମାଟି ବାଲି ଫିଲିଂ କରାଯାଉଛି l ପୋଲର ସ୍ଥାୟିତ୍ବ ନେଇ ଉଠୁଛି ପ୍ରଶ୍ନ l କାହିଁକି କେଉଁ କାରଣରୁ ବ୍ରିଜଟିକୁ ଉଠାଯାଉଛି ତାହାର କାରଣ କାହା ପାଖରେ ନାହିଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲୁ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ ସନ୍ତୋଷ ଜଣକ ଉତ୍ତର ମିଳୁ ପାରୁ ନାହିଁ l ଏଭଳି ନୂତନ ଟେକ୍ନିକାଲକୁ ସ୍ୱାଗତ ଯୋଗ୍ୟ କିନ୍ତୁ ବ୍ରିଜର ସ୍ଥାୟିତ୍ବକୁ ନେଇ ଉଠୁଛି ପ୍ରଶ୍ନ l
ହିନ୍ଦୁସ୍ଥାନ ସମାଚାର / ରବି