ସିପିଆଇ ବତାସନା ଶାଖା ବୈଠକ
ଜୟପୁର, ୨୬ ମାର୍ଚ୍ଚ (ହି.ସ.) - ଆଜି ସିପିଆଇ କୋଟପାଡ଼ ଜୋନ ର ବତାସନା ଶାଖାର ବୈଠକ କୁରୁମନାଥ ଭତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ସଭା ରେ ଶାଖା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସୁର ବତାସନା ଗ୍ରାମ ପଂଚାୟତର ବିସ୍ତିର୍ଣ୍ଣ ଅଂଚଳରେ ଥିବା ସରକାରୀ ଜମିକୁ ସରକାର ଙ୍କ ଦ୍ୱାରା ଥଇଥାନ ହୋଇ
ସିପିଆଇ ବତାସନା ଶାଖା ବୈଠକ


ଜୟପୁର, ୨୬ ମାର୍ଚ୍ଚ (ହି.ସ.) - ଆଜି ସିପିଆଇ କୋଟପାଡ଼ ଜୋନ ର ବତାସନା ଶାଖାର ବୈଠକ କୁରୁମନାଥ ଭତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ସଭା ରେ ଶାଖା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସୁର ବତାସନା ଗ୍ରାମ ପଂଚାୟତର ବିସ୍ତିର୍ଣ୍ଣ ଅଂଚଳରେ ଥିବା ସରକାରୀ ଜମିକୁ ସରକାର ଙ୍କ ଦ୍ୱାରା ଥଇଥାନ ହୋଇଥିବା ଲୋକ ମାନେ ଅକ୍ତିଆର କରି ରଖିଛନ୍ତି । ଯଦିଓ ସେମାନଙ୍କୁ ସରକାର ଜମି ଦେଇଛନ୍ତି ତଥାପି ଗ୍ରାମ ପଂଚାୟତ ର ଜମି ଜବରଦଖଲ କରି ରଖିଛନ୍ତି । ଜବରଦଖଲକାରି ମାନଙ୍କୁ ହଟେଇବା ପାଇଁ ବାରମ୍ବାର ଦାବି କଲେ ମଧ୍ୟ କୋଟପାଡ଼ ତହସିଲଦାର କୌଣସି ପଦକ୍ଷେପ ନେଉନାହାଁନ୍ତି । ଜିଲ୍ଲା ସିପିଆଇର ବରିଷ୍ଠ ନେତା ଯୁଧିଷ୍ଠିର ରାଉଳ ଆହ୍ୱାନ ଦେଇଥିଲେ ଯେ ଏହି ଦାବି ସହିତ ଗ୍ରାମର ଅନେକ ଅସୁବିଧା ଏବଂ ଜନଦବୀ ନେଇ ଆସନ୍ତା ଏପ୍ରିଲ ୨ (ଦୁଇ ) ତାରିଖ ରେ ଜୟପୁର ସବକଲେକ୍ଟର ଅଫିସ ସମ୍ମୁଖରେ ଧାରଣା ବିକ୍ଷୋଭ କରି ସରକାରୀ ଜମି ଜବର ଦଖଲ ହଟେଇବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯିବ । ଏଥି ସହିତ ସେହି ଅଂଚଳରେ ନୂତନ ଶାଖା ଗଠନ, ସଭ୍ୟ ସଂଗ୍ରହ, ଗଣ ପାଣ୍ଠି ସଂଗ୍ରହ ପାଇଁ କାର୍ଯ୍ୟକ୍ରମ ନିଆ ଯାଇଛି । ଶାଖା ସଭ୍ୟ ମାନେ ଯଥା ଗୋବର୍ଧନ ଭତରା, ତ୍ରିପତି ଭତରା, ଗୋପବନ୍ଧୁ ହରିଜନ, ମୁକୁନ୍ଦ ଭତରା କ୍ରାଇଙ୍ଗ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande