ପୃଥକ୍ ପୃଥକ୍ ଡକାୟତି ଘଟଣାରେ ତିନି ଗିରଫ
ଜୟପୁର, ୨୬ ମାର୍ଚ୍ଚ (ହି.ସ.)- ଡ଼କାୟତି ମାମଲାର ପର୍ଦାଫାଶ କରିଛି ବୋରିଗୁମ୍ମା ପୋଲିସ। ଏନେଇ ଆଜି ବୋରିଗୁମ୍ମା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ପୋଲିସ ସୂଚନା ଅନୁଯାଇ, ୨୫/୯/୨୫ ତାରିଖରେ ନବରଙ୍ଗପୁର ଅଞ୍ଚଳର ସାହିଲ କୋଚିମ ନାମକ ବ୍ୟକ୍ତି ରାଣିଗଡ଼ ରାସ୍ତା ଦେଇ ନିଜ ଘରକୁ
ପୃଥକ ପୃଥକ ଡକାୟତି ଘଟଣାରେ ତିନି ଗିରଫ, ସୂଚନା ଦେଲେ ବୋରିଗୁମ୍ମା ଏସଡିପିଓ


ଜୟପୁର, ୨୬ ମାର୍ଚ୍ଚ (ହି.ସ.)- ଡ଼କାୟତି ମାମଲାର ପର୍ଦାଫାଶ କରିଛି ବୋରିଗୁମ୍ମା ପୋଲିସ। ଏନେଇ ଆଜି ବୋରିଗୁମ୍ମା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ପୋଲିସ ସୂଚନା ଅନୁଯାଇ, ୨୫/୯/୨୫ ତାରିଖରେ ନବରଙ୍ଗପୁର ଅଞ୍ଚଳର ସାହିଲ କୋଚିମ ନାମକ ବ୍ୟକ୍ତି ରାଣିଗଡ଼ ରାସ୍ତା ଦେଇ ନିଜ ଘରକୁ ଫେରିବା ବେଳେ ଦୁଲାଗୁଡା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ସାହିଲକୁ ଅଟକାଇ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ନଗଦ ୭୫୮୦ ଟଙ୍କା, ରୁପା ବ୍ରାସଲେଟ ଏବଂ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବୋରିଗୁମ୍ମା ଥାନାରେ ସାହିଲ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଦୁର୍ବୃତ୍ତଙ୍କୁ ଧରି ସେମାନଙ୍କ ଠାରୁ ନଗଦ ଟଙ୍କା, ରୁପା ବ୍ରାସଲେଟ ଏବଂ ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି।

ସେହିପରି ଗତକାଲି ରାତିରେ ବୋରିଗୁମ୍ମା ଅଞ୍ଚଳର କରୁଣାକର ପଣ୍ଡା ନାମକ ବ୍ୟକ୍ତି ନିଜ ଦୋକାନ ବନ୍ଦ କରି ଏକ ବ୍ୟାଗ ରେ ନଗଦ ୬୦ ହଜାର ଟଙ୍କା ନେଇ ଘରକୁ ଫେରିବା ବେଳକୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିବା ବେଳେ କିଛି ଲୋକ ଏବଂ ପୋଲିସ ମାଡ଼ିବସି ଦୁର୍ବୃତ୍ତକୁ କାବୁ କରିଥିଲେ। ଆଜି ପୃଥକ ପୃଥକ ଡକାୟତି ଘଟଣାରେ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande