
କେନ୍ଦୁଝର,୨୬ ମାର୍ଚ୍ଚ(ହି.ସ.) – କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଡେକ୍ଟାଲ୍ ସାଇନ୍ସ, କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ତରଫରୁ କିଡସ୍ ପ୍ରେକ୍ଷାଳୟରେ ଆୟୋଜିତ ସମ୍ବଦ୍ଧନା ଉତ୍ସବରେ କେନ୍ଦୁଝରର ସୁନାମଧନ୍ୟ ଦନ୍ତ ଚିକିତ୍ସା ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କୁ ସମ୍ମାନିତ କରାଯାଇଛି। ସମାଜସେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ, କିଟ୍ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ, କିଡସ୍ର ଡାଇରେକ୍ଟର ଡାକ୍ତର ଯୁଗଜ୍ୟୋତି ପାଠି ଏବଂ ପ୍ରିନ୍ସିପାଲ ଡାକ୍ତର ସଙ୍ଗମେଶ ଏନ୍. ସି. ତାଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ବରିଷ୍ଠ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଓତା ଦୀର୍ଘଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହାୟ ଏବଂ ନିୟମିତ ଦିବ୍ୟାଙ୍ଗ ଶିଶୁମାନଙ୍କୁ ନିଜ ପ୍ରଚେଷ୍ଟାରେ ସେବା ଓ ସାହାଯ୍ୟ ପ୍ରଦାନ କରୁଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥ ସେବାଭାବକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ବିଭିନ୍ନ ଡାକ୍ତରୀ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଡାକ୍ଟର ଓତାଙ୍କୁ ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA