ରାମ ନବମୀ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଜୟପୁର, ୨୬ ମାର୍ଚ୍ଚ (ହି.ସ.)- ଜୟପୁରରେ ରାମ ନବମୀ ପାଳନ ପୂର୍ବରୁ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ନେଇ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି | ଆସନ୍ତା ରାମ ନବମୀ ଉତ୍ସବକୁ ଦୃଷ୍ଟିରେ ରଖି, ଜିଲ୍ଲା ପୋଲିସ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ବାସିନ୍ଦାଙ୍କ ମଧ୍ୟରେ ସୁରକ୍
ରାମ ନବମୀ ପୂର୍ବରୁ  ପୋଲିସର ଫ୍ଲାଗ୍ ମାର୍ଚ୍ଚ


ଜୟପୁର, ୨୬ ମାର୍ଚ୍ଚ (ହି.ସ.)- ଜୟପୁରରେ ରାମ ନବମୀ ପାଳନ ପୂର୍ବରୁ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ନେଇ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି | ଆସନ୍ତା ରାମ ନବମୀ ଉତ୍ସବକୁ ଦୃଷ୍ଟିରେ ରଖି, ଜିଲ୍ଲା ପୋଲିସ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ବାସିନ୍ଦାଙ୍କ ମଧ୍ୟରେ ସୁରକ୍ଷା ଏବଂ ଆତ୍ମବିଶ୍ୱାସ ଭାବନା ସୃଷ୍ଟି କରିବା ପାଇଁ ଆଜି ଦ୍ଵିତୀୟ ଥର ଜୟପୁର ସହରର ଏକ ଫ୍ଲାଗ୍ ମାର୍ଚ୍ଚ ଆୟୋଜନ କରିଥିଲା। ଏହି ଫ୍ଲାଗ ମାର୍ଚ ବରିଷ୍ଠ ପୋଲିସ ଅଧିକାରୀ, ବିଏସଏଫ ଏବଂ ଏଥିରେ ସଶସ୍ତ୍ର ବାହିନୀ ସମେତ ପୋଲିସ କର୍ମଚାରୀଙ୍କ ଏକ ଦୃଢ଼ ଦଳ ଅଂଶଗ୍ରହଣ କରିଥିଲା। ଶୋଭାଯାତ୍ରା ସହରର ସମ୍ବେଦନଶୀଳ ଏବଂ ଘନ ଜନବସତି ଅଞ୍ଚଳ ଦେଇ ଗତି କରିଥିଲା l ଯାହା ପ୍ରଶାସନ ଦ୍ୱାରା ସତର୍କତା ଏବଂ ପ୍ରସ୍ତୁତିର ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା। ଜୟପୁର ପାୱାର ହାଉସ ଛକ ଠାରୁ ଏହି ପ୍ଲାଗ ମାର୍ଚ୍ଚ ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡ଼ିଆ ଠାରେ ପହଁଚି ଥିଲା l

ରାମ ନବମୀରେ ୧୩ ପ୍ଲାଟୁନ ପୋଲିସ ମୁତୟନ ହେବା ଶହ ଟ୍ରାଫିକ ବ୍ୟବସ୍ଥା କରାଯାଇଛି l ସିସି କ୍ୟାମେରା ନଜରରେ ଶୋଭାଯାତ୍ରା ରହିବ ବୋଲି ଏସଡିପିଓ ଅର୍ଚିତା ମିତଲ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande