ଗହିରରେ ମଝିରେ ଗଡିଲା ଶ୍ରୀକପିଳେଶ୍ୱର ଦେବଙ୍କ ବିଜୟା ରଥ
ଖୋର୍ଦ୍ଧା,26 ମାର୍ଚ୍ଚ (ହି.ସ.) - ପବିତ୍ର ଅଶୋକାଷ୍ଟମୀ ଅବସରରେ ଗୁରୁବାର ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେ ଡିଆସ୍ଥିତ ଶ୍ରୀକପିଳେଶ୍ୱର ଦେବଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ପହଞ୍ଚିସାରିଛି। ଗୁରୁବାର ପ୍ରତ୍ୟୁଷରୁ ମାନସିକ ସ୍ବତନ୍ତ୍ର ସ୍ନାନ ଓ
ଗହିରରେ ମଝିରେ ଗଡିଲା ଶ୍ରୀକପିଳେଶ୍ୱର ଦେବଙ୍କ ବିଜୟା ରଥ


ଖୋର୍ଦ୍ଧା,26 ମାର୍ଚ୍ଚ (ହି.ସ.) - ପବିତ୍ର ଅଶୋକାଷ୍ଟମୀ ଅବସରରେ ଗୁରୁବାର ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେ ଡିଆସ୍ଥିତ ଶ୍ରୀକପିଳେଶ୍ୱର ଦେବଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ପହଞ୍ଚିସାରିଛି। ଗୁରୁବାର ପ୍ରତ୍ୟୁଷରୁ ମାନସିକ ସ୍ବତନ୍ତ୍ର ସ୍ନାନ ଓ ପ୍ରାର୍ଥନା, ସକାଳ ୬ଟାରେ ମଙ୍ଗଳ ଆଳତି, ବାଳଧୂପ ଓ ଅଶୋକଫୁଲ ଲାଗି ହେବା ପରେ ସକାଳ ୭ଟାରେ ଠାକୁରଙ୍କୁ ସର୍ବସାଧାରଣ ଦର୍ଶନ ଓ ଶୁକ୍ର ଶୁଖୁଲି ଭୋଗ ସମର୍ପଣ କରାଯାଇଛି, ପୂର୍ବାହ୍ନ ୧୦ଟାରେ ରେ ରଥ ପ୍ରତିଷ୍ଠା ହୋଇଥିଲା।ପରେ ସାଢ଼େ ୧୧ଟା ୩୦ରେ ଶ୍ରୀଜଗନ୍ନାଥଙ୍କ ପାଖରୁ ଆସିଥିବା ପାଟପତନୀ, ଚନ୍ଦନ ଆଦି କପିଳେଶ୍ୱର ଦେବଙ୍କୁ ଲାଗି ହେଲା। ମଧ୍ୟାହ୍ନ ୧୨ଟାରେ ଶଙ୍ଖୁଡି ଭୋଗଲାଗି ଓ ମଧ୍ୟାହ୍ନ ଧୂପ, ଅପରାହ୍ନ ୧ଟାରେ କପିଳେଶ୍ୱର ଦେବ ବିଜୟା ମଣ୍ଡପକୁ ଯାତ୍ରା କରିଥିଲେ।ସାଢ଼େ ୧ଟାରେ ଆରେଡ଼ି ଗ୍ରାମରୁ ଗ୍ରାମେଶ୍ଵର ଦେବଙ୍କ ଆଗମନ ହୋଇଥିଲା।ଅପରାହ୍ନ ସାଢ଼େ ୨ଟାରେ ଗ୍ରାମେଶ୍ଵର ଦେବଙ୍କ ଆଳତି ଓ ପହଣ୍ଡି ଯାତ୍ରା କରାଯାଇ ଅପରାହ୍ନ ୩ଟାରେ ଗ୍ରାମେଶ୍ଵର ଦେବଙ୍କ ବିଜୟା ମଣ୍ଡପରେ ବିଜେ ହୋଇଥିଲେ। ଅପରାହ୍ନ ସାଢେ ୩ଟାରେ ଶ୍ରୀଜଉମାନଙ୍କୁ ବିଜୟା ମଣ୍ଡପରେ ଆଳତି ଓ କୋଠ ଭୋଗ କରାଯାଇ ଅପରାହ୍ନ ୪ଟାରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ନିମନ୍ତେ ବିଜୟାମଣ୍ଡପରୁ ଧାଡ଼ିପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ସାଢ଼େ ୪ଟାରେ ଶ୍ରୀଜୀଉମାନଙ୍କୁ

ରଥାରୁଢ଼ କରାଯିବା ପରେ ଅପରାହ୍ନ ୪ଟା ୩୫ରେ ସାରଥୀ ଭଗବାନ ବ୍ରହ୍ମଙ୍କ ରଥାରୁଢ଼, ରଥରେ ଅଶ୍ବ ଓ ଦୌଡ଼ି ସଂଯୋଗ କରାଯାଇଥିଲା। ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ଅପରାହ୍ନ ସାଢେ ୫ଟାରେ ପଣକିଆରୀରେ ରଥ ଉପରେ ପଣା ଭୋଗ କରାଯିବା ପରେ ପ୍ରଭୂ କପିଳେଶ୍ୱର ବେଦବାଡ଼ିରେ ପହଞ୍ଚି ଥିଲା।ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀଜୀଉମାନଙ୍କ ରଥ ଉପରେ ବେଦବାଡ଼ିରେ ବିଶ୍ରାମ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande