ଗୁଲାମାଲ ହତ୍ୟାକାଣ୍ଡ ମାମଲାର ଶୁଣାଣି ଶେଷ: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଗୁଲାମାଲ ହତ୍ୟାକାଣ୍ଡ ମାମଲାର ଶୁଣାଣି ଶେଷ: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଗୁଲାମାଲ ହତ୍ୟାକାଣ୍ଡ ମାମଲାର ଶୁଣାଣି ଶେଷ: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ


ଗୁଲାମାଲ ହତ୍ୟାକାଣ୍ଡ ମାମଲାର ଶୁଣାଣି ଶେଷ: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ


ସମ୍ବଲପୁର,୨୬ ମାର୍ଚ୍ଚ (ହି.ସ.) - ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାକୁ ଜିଲ୍ଲା ଓ ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଶୁଣାଣି କରି ଗୁରୁବାର ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏହି ଘଟଣାରେ ୨୩ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ଅଭିଯୁକ୍ତ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗଜରାଜ ପ୍ରଧାନ, ଭୀଷ୍ମଦେବ ପ୍ରଧାନ, ରଞ୍ଜିତ ଓରଫ ଦୁଷ୍ମନ୍ତ ଭୋଇ ଏବଂ ଭୀଷ୍ମଜିତ ଭୋଇକୁ ଦୋଷୀ ସାବ୍ୟସ୍ତ କରିବା ସହ ଭାରତୀୟ ପିଙ୍ଗଳ କୋର୍ଡର ୩୦୨ ଦଫାରେ ସମସ୍ତଙ୍କୁ ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ପ୍ରାପ୍ୟ ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ପ୍ରମାଣ ଅଭାବରୁ କେବଳ ଅଭିଯୁକ୍ତ ବିରଂଚି ବିଶ୍ୱାଳକୁ ମାନ୍ୟବର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ମସିହା ସେପ୍େଟମ୍ବର ୧୬ ତାରିଖ ରାତି ୮ଟା ବେଳେ ପ୍ରଧାନପାଲି ଗୁଲାମାଲ ଅଂଚଳରେ ପ୍ରକାଶ ପ୍ରଧାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରା ଯାଇଥିଲା। ମୃତକ ପ୍ରକାଶ ତାଙ୍କ ବନ୍ଧୁ ଅଜୟ ବାରିକ ଓ ଧନଞ୍ଜୟ ବେହେରା ବିଶ୍ୱକର୍ମା ପୂଜା ପାଇଁ ପୂଜା ସାମଗ୍ରୀ କିଣିବାକୁ ବଜାରକୁ ଯାଇ ଘରକୁ ଫେରୁଥିଲେ । ମାତ୍ର ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବେ ସମ୍ପୃକ୍ତ ଅଭିଯୁକ୍ତମାନେ ସଂଘବଦ୍ଧ ହୋଇ ଲୁହା ପାଇପ୍, ଭୁଜାଲି ଓ କୁରାଢ଼ି ଦ୍ୱାରା ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ ଓ ଅଜୟ ଗୁରୁତର ଆହତ ହୋଇଥିଲେ। ଏନେଇ କତରବଗା ଥାନାରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତକୁ ଜୋରଦାର କରିଥିଲା । ପୋଲିସ ଏହି ମାମଲାର ତଦନ୍ତ ପରେ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାର ଶୁଣାଣି ପରେ ଆଜି (ଗୁରୁବାର) ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୁଭାଷ ଚନ୍ଦ୍ର ମହାନ୍ତ ଏହି ମାମଲାକୁ ପରିଚାଳନା କରୁଥିଲେ। ଦୀର୍ଘ ଦିନର ବିଚାର ପରେ ଆଜି ମିଳିଥିବା ଏହି ନ୍ୟାୟ ମୃତ ପ୍ରକାଶଙ୍କ ପରିବାରକୁ ଏକ ରକମର ଆଶ୍ୱସ୍ତି ଦେଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande