ହୀରାକୁଦରେ ସ୍କୁବା ଡାଇଭିଂ କ୍ୟାମ୍ପ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ
ସମ୍ବଲପୁର,୨୬ ମାର୍ଚ୍ଚ(ହି.ସ.) – ହୀରାକୁଦ ଜଳଭଣ୍ଡାରରେ ଏପ୍ରିଲ ମାସରେ ଆରମ୍ଭ ହେବାକୁ ଥିବା ଏଡଭେଂଟର ୱାଟର ସ୍ପୋର୍ଟସ ଏବଂ ସ୍କୁବା ଡାଇଭିଂ କ୍ୟାମ୍ପ'' ନିମନ୍ତେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସ୍କୁବା ଡାଇଭର ସାବିର ବକ୍ସଙ୍କ ସହ ଏକ ଗୁରୁତ୍ୱ
ହୀରାକୁଦରେ ସ୍କୁବା ଡାଇଭିଂ କ୍ୟାମ୍ପ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ


ହୀରାକୁଦରେ ସ୍କୁବା ଡାଇଭିଂ କ୍ୟାମ୍ପ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ


ସମ୍ବଲପୁର,୨୬ ମାର୍ଚ୍ଚ(ହି.ସ.) – ହୀରାକୁଦ ଜଳଭଣ୍ଡାରରେ ଏପ୍ରିଲ ମାସରେ ଆରମ୍ଭ ହେବାକୁ ଥିବା ଏଡଭେଂଟର ୱାଟର ସ୍ପୋର୍ଟସ ଏବଂ ସ୍କୁବା ଡାଇଭିଂ କ୍ୟାମ୍ପ' ନିମନ୍ତେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସ୍କୁବା ଡାଇଭର ସାବିର ବକ୍ସଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସାହସିକ ଜଳକ୍ରୀଡ଼ାର ସୁଯୋଗ ସୃଷ୍ଟି କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ସ୍କୁବା ଡାଇଭର ସାବିର ବକ୍ସଙ୍କ ସହ ଜିଲ୍ଲାପାଳ ହୀରାକୁଦରେ ବୈଷୟିକ ଅନୁଧ୍ୟାନ ଓ ସାଇଟ୍ ଚୟନ ବିଷୟ ରେ ଆଲୋଚନା ମଧ୍ୟ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande