ଫେଣାମହୁ ଉତ୍ପାଦନ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ରରେ ସର୍ବଭାରତୀୟ ସଂଯୋଜିତ ମହୁମାଛି, ଗରାଖ ସଂଗମକାରୀକୀଟ ପ୍ରକଳ୍ପ, ଓୟୁଏଟି ଓ କେନ୍ଦ୍ରାପଡାର କୃଷିବିଜ୍ଞାନ କେନ୍ଦ୍ରର ମିଳିତ ପ୍ରୟାସରେ ଏକ ଦୁଇ ଦିନିଆ ଫେଣାମହୁର ଉତ୍ପାଦନ କୈାଶଳ ଏବଂ ଚାଷୀଙ୍କ ଦକ୍ଷତାବୃଦ୍ଧି ତ
ଫେଣାମହୁଉତ୍ପାଦନ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣଶିବିର


କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ରରେ ସର୍ବଭାରତୀୟ ସଂଯୋଜିତ ମହୁମାଛି, ଗରାଖ ସଂଗମକାରୀକୀଟ ପ୍ରକଳ୍ପ, ଓୟୁଏଟି ଓ କେନ୍ଦ୍ରାପଡାର କୃଷିବିଜ୍ଞାନ କେନ୍ଦ୍ରର ମିଳିତ ପ୍ରୟାସରେ ଏକ ଦୁଇ ଦିନିଆ ଫେଣାମହୁର ଉତ୍ପାଦନ କୈାଶଳ ଏବଂ ଚାଷୀଙ୍କ ଦକ୍ଷତାବୃଦ୍ଧି ତାଲିମ୍ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୦ ଜଣ ଅଗ୍ରଣୀ ମହୁଚାଷୀ ଅଂଶଗ୍ରହଣ କରିଥିଲେ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଶୁଦ୍ଧ ମହୁର ଗୁଣବତା ଯଥା ଏହାର ଔଷଧୀୟ ଗୁଣବତା ଓ ଚାହିଦା ସମ୍ବନ୍ଧରେ ପୂର୍ବତନ ଏମେରିଟସ୍ ବୈଜ୍ଞାନିକ ପ୍ରଫେସର ଚିତରଂଜନ ଶତପଥି ଆଲୋକପାତ କରିଥିଲେ । ପ୍ରକଳ୍ପର ମୁଖ୍ୟ ଡକ୍ଟର ପ୍ରଭାସିନୀ ବେହେରା ଫେଣାମହୁର ପ୍ୟାକେଜିଂ ଓ ଅନ୍ତର୍ଜାତୀୟ ବଜାରରେ ଅଧିକ ଚାହିଦା ଥିବାରୁ ଚାଷୀଙ୍କ ଆର୍ଥିକ ବୃଦ୍ଧି ପାଇଁ ଏହାର ଜ୍ଞାନ କୈାଶଳ ଉପରେ ଗୁରୁତ୍ୱ ଦେଇଥିଲେ ।

ଆୟୋଜିତଏହି ତାଲିମ୍ଶିବିରରେ କେବିକେର ବରିଷ୍ଠ ବୈଜ୍ଞାନିକ ମୁଖ୍ୟ ଡକ୍ଟର ସସ୍ମିତା ମହାନ୍ତି, ମହୁଚାଷୀ ମଧ୍ୟରେ ମହୁର ପ୍ରସାର ଓ ଆୟବୃଦ୍ଧି ନିମନ୍ତେ ଆହ୍ୱାନ ଦେଇଥିଲେ । ପ୍ରକଳ୍ପର ବୈଜ୍ଞାନିକ ଉତ୍ତମ କୁମାର ବେହେରା, କୃଷିବିଜ୍ଞାନ କେନ୍ଦ୍ରର ଶସ୍ୟ ସଂରକ୍ଷଣର ବୈଜ୍ଞାନିକ ଡକ୍ଟର ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ମହୁମାଛି ବୈଷୟିକ ସହାୟକ ଯୁଧିଷ୍ଠିର ସ୍ୱାଇଁ, ପୀତବାସ ରାଉତ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande