ଘରୋଇ ଟିକଟ କାଉଣ୍ଟର ଉପରେ ବୁଲିଲା ବୁଲଡୋଜର
ଜୟପୁର, 26 ମାର୍ଚ୍ଚ (ହି.ସ.)- ଦୀର୍ଘଦିନ ଧରି ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ଘରୋଇ ଟିକଟ କାଉଣ୍ଟରକୁ ଆଜି ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ତହସିଲଦାର ସବ୍ୟସାଚ୍ଚି ଜେନା, ସୁପରଭାଇଜର ହରିହର ଶତପଥୀ ଓ ବିଦ୍ୟୁତ ବିଭାଗ ଓ ଟାଉନପୁଲିସର ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଭାଙ୍ଗିଦିଆଯାଇଛି। ସୂଚନା ଅନ
ଘରୋଇ ଟିକଟ କାଉଣ୍ଟର ଉପରେ ବୁଲିଲା ବୁଲଡୋଜର


ଜୟପୁର, 26 ମାର୍ଚ୍ଚ (ହି.ସ.)- ଦୀର୍ଘଦିନ ଧରି ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ଘରୋଇ ଟିକଟ କାଉଣ୍ଟରକୁ ଆଜି ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ତହସିଲଦାର ସବ୍ୟସାଚ୍ଚି ଜେନା, ସୁପରଭାଇଜର ହରିହର ଶତପଥୀ ଓ ବିଦ୍ୟୁତ ବିଭାଗ ଓ ଟାଉନପୁଲିସର ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଭାଙ୍ଗିଦିଆଯାଇଛି। ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ମେ ମାସ ୧୮ ତାରିଖରେ ପ୍ରାଇଭେଟ ବସ ଓନର ଆସୋସିଏସନ ପକ୍ଷରୁ କେସ ଫାଇଲ କରାଯାଇଥିଲା କି ପୁରୁଣା ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ଜାତୀୟ ରାଜପଥ ସ୍ଥାନରେ ଯାତ୍ରୀ ବିଶ୍ରାମାଗାରକୁ ଘରୋଇ ଟିକଟ କାଉଣ୍ଟର କରିବା ଫଳରେ ବସ ଗୁଡିକ ରାସ୍ତା ଉପରେ ପାର୍କି˚ କରିବା ଯୋଗୁଁ ଟ୍ରାଫିକ ଜାମ କରୁଛନ୍ତି। ଯାହା ଫଳରେ ସାଧାରଣ ଲୋକ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅକ୍ଟୋବର ୩୧ ତାରିଖରେ ୧୫ ଦିନ ମଧ୍ୟରେ ତୁରନ୍ତ ଖାଲି କରିବା ପାଇଁ ଏହି ମାମଲାର ରାୟ ଶୁଣାଇବା ପରେ ଗତ ଡିସେମ୍ବର ୫ ତାରିଖରେ ତହସିଲଦାର ଟିକଟ କାଉଣ୍ଟରକୁ ତାଲା ପକାଇ ୧୦ ଦିନ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଧେଶ ଦେଇଥିଲେ କିନ୍ତୁ ନିର୍ଦ୍ଧେଶ ନାମାକୁ ନମାନି ଆଜି ପର୍ଯ୍ୟନ୍ତ କାଉଣ୍ଟର ସମ୍ମୁଖରେ ଟିକଟ ବିକ୍ରି କରି ଜବରଦଖଲ କରିଥିବା ଯୋଗୁଁ ଆଜି ଏହାକୁ ଭଙ୍ଗାଯାଇ ଏନଏଚ ବିଭାଗକୁ ଏହା ହସ୍ତାନ୍ତର କରାଯିବ ବୋଲି ତହସିଲଦାର ସବ୍ୟସାଚ୍ଚୀ ଜେନା ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande