
ନୂଆପଡ଼ା, ୨୬ ମାର୍ଚ୍ଚ (ହି.ସ.)- ଶିବାନୀ ସ୍ଵୟଂପ୍ରଭା ଜଣେ ଜଣାଶୁଣା କଣ୍ଠ ଶିଳ୍ପୀ। ଖଡ଼ିଆଳ ନିବାସୀ ଶିବାନୀଙ୍କ ବାପା ଜୟ ସିଂ ଥପା ଅବସରପ୍ରାପ୍ତ ଲାଇବ୍ରେରିଆନ ଓ ଜଣେ ମ୍ୟୁଜିକ ନିର୍ଦ୍ଦେଶକ। ଭାଇ ମନୋରଞ୍ଜନ ଜଣେ ଦକ୍ଷ ବଂଶୀ ବାଦକ। ଭଉଣୀ ସୁପ୍ରଭା ପ୍ରିୟଦର୍ଶିନୀ ଜଣେ ନୃତ୍ୟାଙ୍ଗନା ଓ ଚିତ୍ର ଶିଳ୍ପୀ। ଶିବାନୀ ଅତି ସୁନ୍ଦର୍ ଗୀତ ଗାଇବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ପାରନ୍ତି। ସେ ବିଭିନ୍ନ ସଙ୍ଗୀତ ବିଦ୍ୟାଳୟରେ ଗୀତ ଶିକ୍ଷା କରିଛନ୍ତି। ସେ କ୍ଲାସିକାଲରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏବେ ଛତିଶଗଡ ହେରାଗଡରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି। ତାଙ୍କର ଆଉ ଏକ ନିଶା ହେଲା ପ୍ରାଚୀନ ଅଳଙ୍କାର ସବୁ ସଂଗ୍ରହ କରିବା। ସେ ସୁନ୍ଦର ନୃତ୍ୟ ମଧ୍ୟ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫୋଲୱର ରହିଛନ୍ତି। ସମ୍ପୂର୍ଣ ପରିବାର କଳା ପ୍ରତି ସମର୍ପିତ। ସକାଳୁ ଉଠିବା ପରଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ସଙ୍ଗୀତ ହିଁ ତାଙ୍କର ଜୀବନ ବୋଲି ସମସ୍ତେ କହନ୍ତି । ବିଶେଷ କରି ଶିବାନୀଙ୍କୁ ଜଣେ ଭଲ କଣ୍ଠଶିଳ୍ପୀ କରିବା ପରିବାରର ଲକ୍ଷ୍ୟ। ଶିବାନୀ ଅନେକ ଟିଭି ସୋ ରେ ଅଂଶଗ୍ରହଣ କରି ପ୍ରଶଂସା ଭାଜନ ହୋଇ ପାରିଛନ୍ତି। ଅନେକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଲୋକ କଳା ଓ ପ୍ରାଚୀନ ଜିନିଷ ସବୁ ପୁନଃଉଦ୍ଧାର କରିବା ତାଙ୍କର ଲକ୍ଷ୍ୟ ବୋଲି ଶିବାନୀ କହନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ