ମା’ ଧାମରାଇଙ୍କ ନିକଟରେ ମହାଷ୍ଟମୀ ପୂଜା
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେବୀ ପୀଠ ମା ଧାମରାଇଙ୍କ ନିକଟରେ ମା ବାସନ୍ତୀ ଦୁର୍ଗାଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି। ବୁଧବାର ମାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ମାଙ୍କ ଠାରେ ବେଲବରଣ ପରେ କଳସ ଯାତ୍ରା,ସୂର୍ଯ୍ୟ ପ
MAA DHAMARAI MASTAMI PUJA


ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେବୀ ପୀଠ ମା ଧାମରାଇଙ୍କ ନିକଟରେ ମା ବାସନ୍ତୀ ଦୁର୍ଗାଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି। ବୁଧବାର ମାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ମାଙ୍କ ଠାରେ ବେଲବରଣ ପରେ କଳସ ଯାତ୍ରା,ସୂର୍ଯ୍ୟ ପୂଜା ଓ ଚକ୍ଷୁଦାନ ପ୍ରଭୃତି କାର୍ଯ୍ୟସୁଚୀ ଅନୁଯାଇ ଅନୁଷ୍ଠିତ ହୋଇଯାଇଛି। ଆଜି ମହାଷ୍ଟମୀ ପୂଜା ସହ ସନ୍ଧି ପୂଜା, ଶୁକ୍ରବାର ଶ୍ରୀରାମ ନବମୀ ଅବସରରେ ମା ଧାମରାଇଙ୍କ ନିକଟରେ ମହା ନବମୀ ପୂଜା ଅନୁଷ୍ଠିତ ହୋଇ ଦଶହରା ଅପରାଜିତା ପୂଜା ଓ ଘଟ ବିସର୍ଜନ କରାଯିବ। ପ୍ରତ୍ୟେହ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ମାତୃ କୃପା ଲାଭ କରୁଛନ୍ତି। ଦୀର୍ଘ ବର୍ଷ ହେବ ମା ଧାମରାଇ ମନ୍ଦିର କମିଟି ପକ୍ଷରୁ ଏହି ପୂଜା ଆନନ୍ଦ ଉତ୍ସବରେ ପାଳିତ ହୋଇ ଆସୁଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande