

ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ଆଜି ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ଆଜି ଶେଷଦିନରେ ହୋମଯଜ୍ଞ ସହିତ ପ୍ରଭୁ ଶ୍ରୀରାମ, ସିତାମାତା, ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ଥିଲା। ତାଲପାଲିପଡା ଅଂଚଳର ଲୋକଙ୍କ ମନସ୍କାମନା ଆଜି ପୂର୍ଣ୍ଣ ହୋଇଛି। ବହୁବର୍ଷ ହେଲା ମନ୍ଦିର ନିର୍ମାଣ କରି ବିଗ୍ରହ ସ୍ଥାପନ ପାଇଁ ଲୋକଙ୍କ ଆଗ୍ରହ ଥିଲା। କଳିକେଶ ନାରାୟଣ ସିଂହଦେଓ ସାଂସଦ ଥିବା ବେଳେ ଅନୁଦାନ ଦେଇ ମନ୍ଦିର ନିର୍ମାଣ କାମ ଆରମ୍ଭ କରାଇଥିଲେ। ପରେ ପୌରପରିଷଦ ପକ୍ଷରୁ ବିଭିନ୍ନ ଯୋଜନାର ଅନୁଦାନ ଦିଆଯାଇଥିଲା। ଗତବର୍ଷ ମନ୍ଦିରର କାମ ସଂପୂର୍ଣ୍ଣ ହୋଇ ରତ୍ନମୁଦ ପଡିଥିଲା। ଏବେ ମନ୍ଦିର ପ୍ରତିଷ୍ଠା ସହିତ ବିଗ୍ରହ ସ୍ଥାପନ କରା ଯାଇଛି। ଆଜି ଦିନ ୧୨ଟାରେ ବିଧାୟକ ଶ୍ରୀ ସିଂହଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁ, ସ୍ଥାନୀୟ କାଉନସିଲର ଅରବିନ୍ଦ ପରୁଆ ମନ୍ଦିର ଉନ୍ନୟନ କାମର ଶୁଭ ଉଦଘାଟନ କରିଥିଲେ। ଗତ ୨୨ ତାରିଖ ଠାରୁ ଏହି ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା। ଭବ୍ୟ କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ସଭାପତି ଭାବରେ ଚନ୍ଦ୍ରମଣୀ ତ୍ରୀପାଠୀ, ଉପସଭାପତି – ଋଷଭ ପୁଟେଲ, ଜାହ୍ନବୀ ନାଏକ, ସଂପାଦକ ଅରବିନ୍ଦ ପରୁଆ, ସହ ସଂପାଦକ ଅଶ୍ୱିନୀ ସାଏ, କୋଷାଧ୍ୟକ୍ଷ ମହେନ୍ଦ୍ର ସାଏ, ସହକୋଷାଧ୍ୟକ୍ଷ ଦୁର୍ବାଦଳ ପଟେଲ ଉପସ୍ଥିତ ରହି ପରିଚାଳନା କରିଥିଲେ। ମନ୍ଦିର ପ୍ରତିଷ୍ଠା କର୍ତା ଭାବରେ ଦେବାନନ୍ଦ ପଟେଲ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତି ପଟେଲ, ଚବିଶ ପ୍ରହରୀ ନାମ ଯଜ୍ଞରେ କର୍ତାଭାବେ ରାମକୃଷ୍ଣ ସାଏ ଓ ତାଙ୍କ ଧର୍ମପତ୍ନୀ ଦିପ୍ତିମୟୀ ସାଏ ରହିଥିବା ବେଳେ ପ୍ରାୟ ୧୫ ଯୋଡି ପତିପତ୍ନୀ ପ୍ରତ୍ୟହ ହୋମରେ କର୍ତାରୂପେ ସାମିଲ ହେଉଥିଲେ କଅଗାଁର ସୁଶାନ୍ତ ମିଶ୍ର ମୁଖ୍ୟପୂଜକ ଦାୟିତ୍ୱ ନେଇଥିଲେ। ବିଧାୟକଙ୍କ ଏହି ଗସ୍ତବେଳେ ପୌରାଧ୍ୟକ୍ଷା ଲିକା ସାହୁ, ଦେବଦତ ବେହେରା, କମିଟିର ସଭାପତି ଚନ୍ଦ୍ରମଣୀ ତ୍ରୀପାଠୀ, ବରିଷ୍ଠ ବିଜେଡି ନେତା ଧୃବ ଜୁଏଡ, କାଉନସିଲର ଅରବିନ୍ଦ ପରୁଆ ଓ ପୂର୍ବତନ କାଉନସିଲର ଅଶ୍ୱିନୀ ପୁଟେଲ ତଥା ଅନ୍ୟାନ୍ୟ ପଡାବାସୀ ଉପସ୍ଥିତ ରହିଥିଲେ। ଏହି ଅବସର ରେ ବିଧାୟକ ଉନ୍ନତିକରଣ ହେବାକୁ ଥିବା ତାଲପାଲି ବନ୍ଧ ଓ ନିର୍ମାଣ ଚାଲିଥିବା କଲ୍ୟାଣ ମଣ୍ଡପ କୁ ପଡାବାସୀଙ୍କୁ ରାମ ନବମୀ ର ଭେଟି ଦେଇ ଥିଲେ। ଗତ ସାଧାରଣ ନିର୍ବାଚନ ବେଳେ ବିଧାୟକ କଳିକେଶଙ୍କୁ ସ୍ଥାନୀୟ ଲୋକେ ଏଠାରେ ଏକ କଲ୍ୟାଣ ମଣ୍ଡପ ପାଇଁ ଦାବି କରିଥିଲେ। ଠିକ ସେହିପରି ତାଲପାଲିପଡା ଗାଧୁଆ ବନ୍ଧର ପଙ୍କୋଦ୍ଧାର ପାଇଁ ମଧ୍ୟ ଦାବି କରିଥିଲେ। ଏବେ ଉଭୟକାମ ଆରମ୍ଭ ହୋଇଛି। ବିଧାୟକଙ୍କ ଏହି ପରିଦର୍ଶନ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ, ଜେଇ ଓ ଠିକସଂସ୍ଥାର ମାଲିକ ଉପସ୍ଥିତ ରହିଥିଲେ। ସ୍ଥାନୀୟ କାଉନସିଲରଙ୍କ ପ୍ରତିନିଧିଙ୍କ ସହିତ ପଡାବାସୀ ଉପସ୍ଥିତ ରହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ