
ଜୟପୁର, ୨୬ ମାର୍ଚ୍ଚ (ହି.ସ.) - କୋରାପୁଟ ପୋଲିସ୍ ପଡିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଏଚ୍.ଏ .ଏଲ୍ ସୁନାବେଡା ତରଫରୁ ଜିଲ୍ଲାର ୮୪ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏଚ.ଏ.ଏଲ (ସି.ଏସ୍. ଆ)ର୍ ସହାୟତାରେ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦାନ କରାଯାଇଛି । ଏହି ପ୍ରଦାନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ କୋରାପୁଟର ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନ , ଶ୍ରୀରଙ୍ଗ .ଏ. କୋଠେ , (ଇ.ଡି) ଏଚ୍. ଏ.ଏଲ୍ ସୁନାବେଡା , କାଲୋଲ୍ ଭଟ୍ଟାଚାର୍ଯ୍ୟ (ଜି.ଏମ୍,ଇଞ୍ଜିନ ବିଭାଗ) ସରୋଜ କୁମାର ପଣ୍ଡା ,ଜି.ଏମ୍ (ଏସ୍.ଇ.ଡି) ବାଳକୃଷ୍ଣ ରାଓ ,ଏ.ଜି.ଏମ୍ , (ଅର୍ଥ ବିଭାଗ) ରମାକାନ୍ତ ଦାଶ (ଡି.ଜି.ଏମ୍,ଏଚ୍ .ଆର) କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ ନାୟକ , ଡାକ୍ତର ସାଇ ସ୍ୱରୂପ , ( ଏ.ଡି.ଏମ୍ .ଓ) ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତରୁଣ ତପନ ପ୍ରହରାଜ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଏହି ସ୍କୁଟର ଜୀବନ ନିର୍ବାହରେ ସହାୟକ ହୋଇ ପାରିବ ବୋଲି ଭିନ୍ନକ୍ଷମ ମାନଙ୍କୁ ବାର୍ତା ପ୍ରଦାନ କରିଥିଲେ । ଏଚ୍.ଏ.ଏଲ୍ ର ଇ.ଡି ଏହା ଏକ ସୁଯୋଗ ଏବଂ ଏହାର ସଦୁପଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଶଶିକାନ୍ତ ପଟ୍ଟନାୟକ ସ୍ମିତା ମହାପାତ୍ରଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଆନ୍ତରିକତାର ସହ ସହଯୋଗ କରିଥିବା ବେଳେ ଅଧ୍ୟାପକ ରବି ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି