
ଝାରସୁଗୁଡା, ୨୬ ମାର୍ଚ୍ଚ (ହି.ସ.)- କିର୍ମିରା ବ୍ଲକ ଅର୍ଡା ପଞ୍ଚାୟତ ଅଧିନସ୍ଥ କଙ୍କରାମୁଣ୍ଡା ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶୁଭ ଅଧିବାସ, କଳସ ଯାତ୍ରା, ନାମ ଜପ, ପୂର୍ଣ୍ଣହୁତି, ଦଧିଭଞ୍ଜନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୪ଟି ସଙ୍କୀର୍ତ୍ତନ ଦଳ ଭାଗ ନେଇଥିଲେ l ଶେଷ ଦିବସରେ ଲରିଆପାଲି ଓ କେନାଢିପା ମଧ୍ୟରେ ମନୋରଞ୍ଜନ ପୂର୍ଣ୍ଣ ବୈଠକି କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏଥିରେ ଆଲୋକ କୁମାର ପଟେଲ ଓ ପତ୍ନୀ ସୁରେଶ୍ଵରୀ ପଟେଲ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ବଣ୍ଟି ପୂଜକ ଦାୟିତ୍ଵ ତୁଲାଇଥିଲେ l
ନାମଯଜ୍ଞରେ ରୋହିତ ପଟେଲ, ରଞ୍ଜନ ପଟେଲ, ମିତ୍ରଭାନୁ ପଟେଲ, ଜନ୍ମଜୟ ପଟେଲ, ଜୟଶଙ୍କର ପଟେଲ, ଗୋପବନ୍ଧୁ ପଟେଲ, ମୋତିରାମ ପଟେଲ, କୃଷ୍ଣଚନ୍ଦ୍ର ପଟେଲ, ବିଜୟ ପଟେଲ, ବିଶାଲ ପଟେଲ, ବିକାଶ ପଟେଲ, ବିବେକ ପଟେଲ, ରିଙ୍କୁ ପଟେଲ, ରୋଶନ ପଟେଲ, ଦିଲିପ ପଟେଲ, ସୁଜିତ୍ ପଟେଲ, ଅଜିତ୍ ପଟେଲ, ଗୁଣନିଧି ପଟେଲ, ବିପିନ ରକ୍ସା, ରୁକ୍ମଣ ରକ୍ସା, ସୁରତ ରକ୍ସା, କହ୍ନେଇ ରକ୍ସା, ସୁଶିଲ ଖର୍ସେଲ, ଅମିତ ପଟେଲ, ଅଶ୍ୱିନୀ ରକ୍ସା, ଅର୍ଜୁନ ପଟେଲ, ସୁରଜ ପଟେଲଙ୍କ ସହ କଙ୍କରାମୁଣ୍ଡା ଓ ପନଖିପଡ଼ା ଗ୍ରାମବାସୀ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ