
ଗଞ୍ଜାମ, ୨୬ ମାର୍ଚ୍ଚ (ହି.ସ.)- ଶେରଗଡ ବ୍ଳକ ପିତଳ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ ଧାନ ମଣ୍ଡି ସୁରୁଖୁରୁରେ ସମାପ୍ତ ହୋଇଛି। ଚଳିତ ବର୍ଷ ୪୪୮ପଞ୍ଜିକୃତ ଚାଷୀଙ୍କ ପ୍ରାୟ ୨୬ ହଜାର କ୍ଵିଣ୍ଟାଲ ୭୨୮ କେଜି ଧାନ ମଣ୍ଡି ମାଧ୍ୟମରେ ସରକାରଙ୍କୁ ବିକ୍ରି କରିଛନ୍ତି। ଆହୁରି ୨୫ ଜଣ ଚାଷୀ ଟୋକନ ନପାଇ ମଣ୍ଡିକୁ ଧାନ ଦେଇ ପାରିନାହାନ୍ତି। ତେବେ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଆଲୋକ ମୀନାକ୍ଷୀ ଓ ପିଅନ ଅମରଙ୍କ ମଣ୍ଡି ସୁପରିଚାଳନାରେ ରେକର୍ଡ ସଂଖ୍ୟକ ଧାନ ମଣ୍ଡିକୁ ଯାଇଥିବାରୁ ଚାଷୀମାନେ ଖୁସି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ