ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଅଗାମୀ ୭ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.)- ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଅଗାମୀ ୭ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା(ମୟୂରଭଞ୍ଜ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା
୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା(ମୟୂରଭଞ୍ଜ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.)- ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଅଗାମୀ ୭ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା(ମୟୂରଭଞ୍ଜ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଅତ୍ୟ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

ସେହିପରି ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୭ ଜିଲ୍ଲା(ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅନୁରୂପ ଭାବେ ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୨୮ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା(ମୟୂରଭଞ୍ଜ, ବାଲେଶ୍ୱର), ୨୯ ତାରିଖ ସକାଳ ଠାରୁ ୩୦ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା(କେନ୍ଦୁଝର, ମୟୂରଭଞ୍ଜ), ୩୦ ତାରିଖ ସକାଳ ଠାରୁ ୩୧ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା (କେନ୍ଦୁଝର, ମୟୂରଭଞ୍ଜ), ୩୧ ତାରିଖ ସକାଳ ଠାରୁ ଅପ୍ରେଲ ୧ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା (ରାୟଗଡ଼ା, କୋରାପୁଟ) ଏବଂ ଅପ୍ରେଲ ୧ ତାରିଖ ସକାଳ ଠାରୁ ୨ ତାରିଖ ସକାଳ ସୁଦ୍ଧା ଗୋଟିଏ ଜିଲ୍ଲା(ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande