ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଭଦ୍ରକ ଜିଲ୍ଲାର ଧାମନଗରରେ ସର୍ବାଧିକ ୮୩.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗରରେ ସର୍ବାଧିକ ୮୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ହାଟଡିହିରେ ୬୦.୧ ମି.ମି., ଯାଜପୁର ଜିଲ୍ଲାର କୋରେଇରେ ୫୦.୨ ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଭଦ୍ରକ ଜିଲ୍ଲାର ଧାମନଗରରେ ସର୍ବାଧିକ ୮୩.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗରରେ ସର୍ବାଧିକ ୮୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ହାଟଡିହିରେ ୬୦.୧ ମି.ମି., ଯାଜପୁର ଜିଲ୍ଲାର କୋରେଇରେ ୫୦.୨ ମି.ମି., ଦାନଗଦିରେ ୩୬.୨ ମି.ମି., ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୨୯.୨ ମି.ମି., ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୨୬.୦ ମି.ମି., ଜଗନ୍ନାଥ ପ୍ରସାଦରେ ୨୨.୬ ମି.ମି., ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ୨୨.୦ ମି.ମି., ତିହିଡ଼ିରେ ୨୨.୦ ମି.ମି., ଭଦ୍ରକରେ ୨୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୨୧.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୨୦.୦ ମି.ମି. ଏବଂ ଭଦ୍ରକ ଜିଲ୍ଲାର ବନ୍ତରେ ୨୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande