ଭୁବନେଶ୍ୱରରେ ଓଡ଼ିଶୀ ନୃତ୍ୟ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗବେଷିକା ଡଃ ରୀଲା ହୋଟାଲଙ୍କ ରଚିତ “ଓଡ଼ିିଶୀ ଡ଼୍ୟାନ୍ସ : ନୃତ୍ୟ ସୌନ୍ଦଯ୍ୟ, ଥେରାପଉଟିକ୍ସ ଓ ମେଟା ଫିଜିକ୍ସ” ପୁସ୍ତକ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ରେ ଅଫ ୟୁସିଡ଼ମ ସୋସାଇଟି ଦ୍ୱାରା ତ
ktyyi


ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗବେଷିକା ଡଃ ରୀଲା ହୋଟାଲଙ୍କ ରଚିତ “ଓଡ଼ିିଶୀ ଡ଼୍ୟାନ୍ସ : ନୃତ୍ୟ ସୌନ୍ଦଯ୍ୟ, ଥେରାପଉଟିକ୍ସ ଓ ମେଟା ଫିଜିକ୍ସ” ପୁସ୍ତକ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ରେ ଅଫ ୟୁସିଡ଼ମ ସୋସାଇଟି ଦ୍ୱାରା ତ୍ରିଧାରା ସହଯୋଗରେ ଆୟୋଜିତ ଏହି କାଯ୍ୟକ୍ରମରେ କଳା, ସାହ୍ୟି ଓ ଶିକ୍ଷାଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୀତା ଶୁଭଦର୍ଶିନୀ ଯୋଗଦେଇ ପୁସ୍ତକଟିକୁ ଓଡ଼ିଶଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହିତ ଯୋଡ଼ିଥିବା ଏକ ଗୁରୁତ୍ୱପୂର୍ଣ୍ଣ କୃତି ବୋଲି ପ୍ରଶଂସା କରିଥିଲେ। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହାକୁ ପାରମ୍ପରିକ କଳା ଓ ଆଧୁନିକ ବିଜ୍ଞାନୀୟ ଚିିନ୍ତାଧାରାର ସମନ୍ୱୟ ବୋଲି କହିଥିଲେଲ। ଅଧ୍ୟକ୍ଷ ଭାବେ ପ୍ରଫେସର ରମେଶ ପସାଦ ପାଣିଗ୍ରାହୀ ଏପରି ଗବେଷଣାମୂଳକ ପୁସ୍ତକ ଆଜିର ପିଢିଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ଉଲ୍ଲେଖ କରିଥିଲେ।

ପ୍ୟାନେଲ ଆଲୋଚନାରେ ପ୍ରଫେସର ସବିତା ଆଚାର୍ଯ୍ୟ, ଡଃ ଇଲିଆନା ସିତାରିସ୍ତି ଓ ଡଃ ଗଜେନ୍ଦ୍ର ପଣ୍ଡା ପୁସ୍ତକଟିର ଆଧ୍ୟତ୍ମିକ ଓ ଚିକିତ୍ସାତ୍ମକ ଦିଗକୁ ପ୍ରଶଂସା କରିଥିଲେ। ପ୍ରଭାତ ପ୍ରକାଶନ ଦ୍ୱାରା ପ୍ରକଶିତ ଏହି ପୁସ୍ତକରେ ଓଡ଼ିଶୀ ନୃତ୍ୟ ସହିତ ଯୋଗ, ତନ୍ତ୍ର, ସଙ୍ଗୀତ, ଚିକିତ୍ସା ଓ ଆଧ୍ୟାତ୍ମିକତାର ସମ୍ପର୍କକୁ ଗଭୀର ଭାବେ ବିଶ୍ଲେଷଣ କରାଯାଇଛି। ଡଃ ରୀଲା ହୋଟା ଓଡ଼ିଶୀ କେବଳ ଏକ କଳା ନୁହେଁ, ଏହା ଏକ ଆଧ୍ୟାତ୍ମିକ ଓ ଚିକିତ୍ସାତ୍ମକ ଅନୁଭତି କହିଥିଲେ। କାର୍ଯ୍ୟକ୍ରଟି ଧନ୍ୟବାଦ ଜ୍ଞାପନ ପରେ ସମାପ୍ତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande