‘ହିନ୍ଦୀ ସାହିତ୍ୟରେ ବିମର୍ଶର ସ୍ଵର’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର
ବଲାଙ୍ଗିର, ୨୬ ମାର୍ଚ୍ଚ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକ ହିନ୍ଦୀ ବିଭାଗ ତରଫରୁ ‘ହିନ୍ଦୀ ସାହିତ୍ୟରେ ବିମର୍ଶର ସ୍ଵର’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ


ବଲାଙ୍ଗିର, ୨୬ ମାର୍ଚ୍ଚ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକ ହିନ୍ଦୀ ବିଭାଗ ତରଫରୁ ‘ହିନ୍ଦୀ ସାହିତ୍ୟରେ ବିମର୍ଶର ସ୍ଵର’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଅଧ୍ୟକ୍ଷ ନିଜେ ସ୍ୱାଗତ ସମ୍ଭାଷଣ ରଖିଥିଲେ I ଏହି ଅବସରରେ ଡଃ. ଛବିଳ କୁମାର ମେହେର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ଅଜିତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ I ପ୍ରଭଞ୍ଜନ କୁମାର ମିଶ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବାବେଳେ ଆଇ.କ୍ୟୁ. ଏ. ସି ସଂଯୋଜକ ବିଭୁତି ଭୂଷଣ ସାହୁ ମଞ୍ଚାସିନ ଥିଲେ ଏବଂ ଉତ୍ତମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ I ଉଦ୍ଘାଟନ ସଭା ପରେ ଅନୁଷ୍ଠିତ ସମାନ୍ତରାଳ ଆଲୋଚନାଚକ୍ରରେ ପ୍ରଫେସର ଜୟନ୍ତ କୁମାର ଶର୍ମା ସଭାପତିତ୍ୱ କରିଥିବାବେଳେ ଡଃ. ରୂପଧର ଗମାଙ୍ଗୋ, ଦେବଦାସ ଖଟାଇ, ଡଃ. ବିଜୟ କୁମାର ବେହେରା, ଡଃ. ଦାଶରଥି ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ I ଅପରାହ୍ନରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ୨ଟି ପ୍ରକୋଷ୍ଠରେ ସମସ୍ତ ଗବେଷକ ତଥା ବିଷୟ ବିଶେଷଜ୍ଞମାନେ ନିଜ ନିଜ ପ୍ରବନ୍ଧ ପାଠ କରିଥିଲେ I ଅଧ୍ୟାପିକା ଲିପ୍ସା ମିଶ୍ର, ଅଧ୍ୟାପିକା ଉର୍ମିଳା ମଟାରୀ ପ୍ରମୁଖ ପତ୍ର ସଂଚାଳନ କରିଥିଲେ I ଏଥିରେ ୪୦ ଟି ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା I ସମାପନ ସତ୍ରରେ ଓଡ଼ିଶା ମୁକ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଅବସରପ୍ରାପ୍ତ କୁଳସଚିବ ପ୍ରଫେସର ଜୟନ୍ତ କୁମାର ଶର୍ମା ମୁଖ୍ୟବକ୍ତା ଭାବରେ ଯୋଗଦେଇ ହିନ୍ଦୀ ସାହିତ୍ୟର ବିମର୍ଶ ଉପରେ ଆଲୋକପାତ କରିଥିଲେ ଏବଂ ଏ ଅବସରରେ ତାଙ୍କୁ ରାଜାରାମ ସଂସ୍କୃତି-ସେତୁ ସମ୍ମାନ -୨୦୨୬ ପ୍ରଦାନ କରାଯାଇଥିଲା I

ଏହି ଆଲୋଚନାଚକ୍ରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ, ଡଃ. ବି. ଡ଼ି. ଯତ୍ତି କଲେଜ କର୍ଣ୍ଣାଟକ, ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ନେତାଜୀ ସୁବାସ ବୋଷ କଲେଜ ସମ୍ବଲପୁର, ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗିର, ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଛାତ୍ର ଛାତ୍ରୀ, ଗବେଷକ/ ଗବେଷିକା, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ନିଜ ନିଜ ପ୍ରବନ୍ଧ ପାଠ କରିଥିଲେ I ଶେଷରେ ଉର୍ମିଳା ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଯେଉଁମାନେ ପ୍ରବନ୍ଧ ପାଠ କରିଥିଲେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା I

ଅଧ୍ୟାପକ ଆଦର୍ଶ କୁମାର ମହାପାତ୍ର, ଦିନେଶ ସିଂହ, ରିୟା ଶତପଥି, ପ୍ରତୀକ୍ଷା ପ୍ରତିଶୃତି, ଦେବଦତ୍ତ ପାଣିଗ୍ରାହୀ, ରାକେଶ ମଲ୍ଲିକ, ସିଦ୍ଧାର୍ଥ ଦାଶ, ସୁଚେତା ଦୋରା, ଦୀପିକା ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରୀ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande