
ନୂଆଦିଲ୍ଲୀ,୨୬ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମନବମୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଦେଇଛନ୍ତି। ସେ ରାମଙ୍କୁ ସତ୍ୟ ଏବଂ ପରାକ୍ରମର ସଂଗମ କହିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ସନ୍ଦେଶରେ ଦେଶବାସୀଙ୍କୁ ରାମନବମୀ ପର୍ବର ଶୁଭକାମନା ଦେଇ କହିଛନ୍ତି ଯେ ଏହି ପର୍ବ ଆମେ ନ୍ୟାୟ, କର୍ତବ୍ୟ ଏବଂ ସଦାଚାର ମାର୍ଗରେ ଚାଲିବାର ପ୍ରେରଣା ଦିଏ। ମର୍ଯ୍ୟାଦା ପୁରୁଷୋତମ ଭଗବାନ ରାମଙ୍କ ଜୀବନରୁ ତ୍ୟାଗ, ସମରସତା ଏବଂ ଆଦର୍ଶ ଜୀବନ ମୂଲ୍ୟର ଅମୂଲ୍ୟ ସନ୍ଦେଶ ମିଳେ। ତାଙ୍କ ଆଦର୍ଶକୁ ଆତ୍ମସାତ କରି ଆମେ ରାମରାଜ୍ୟର ପରିକଳ୍ପନା ଅନୁରୂପ, ଏକ ସମୃଦ୍ଧ, ନ୍ୟାୟପୂର୍ଣ୍ଣ ଏବଂ ବିକଶିତ ଭାରତର ନିର୍ମାଣ ପାଇଁ ମିଳିମିଶି କାମ କରିବୁ।
ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମର୍ଯ୍ୟାଦା ପୁରୁଷୋତମ ଭଗବାନ ରାମଙ୍କ ଜନ୍ମୋତ୍ସବ, ରାମନବମୀ ପର୍ବର ଦେଶବାସୀଙ୍କୁ ଶୁଭକାମନା ଦେଇ କହିଛନ୍ତି ଯେ ଧୈର୍ଯ୍ୟ, ତ୍ୟାଗ ଏବଂ ନ୍ୟାୟପ୍ରିୟତାର ପ୍ରତୀକ ଭଗବାନ ରାମଙ୍କ ଜୀବନ ସମ୍ପୂର୍ଣ୍ଣ ମାନବତା ପାଇଁ ନ୍ୟାୟ, ସତ୍ୟ ଏବଂ ଅତୁଟ ମର୍ଯ୍ୟାଦାର ସର୍ବୋଚ୍ଚ ଆଦର୍ଶ ଅଟେ। ତାଙ୍କ ଆଦର୍ଶ ଆମେ ସାମାଜିକ ସମରସତା, ସଦାଚାର ଏବଂ ଜନସେବା ମାର୍ଗରେ ଯୁଗ ଯୁଗ ପର୍ଯ୍ୟନ୍ତ ଅଗ୍ରସର ରହିବାର ପ୍ରେରଣା ଦେବୁ।
ଉପରାଷ୍ଟ୍ରପତି କହିଛନ୍ତି ଯେ ଭଗବାନ ରାମଙ୍କ କୃପାରୁ ଅଧର୍ମ ଉପରେ ଧର୍ମର ବିଜୟ ହେଉ, ସମାଜରୁ ଅନାଚାର, ଅହଂକାର ଏବଂ ଅଶାନ୍ତିର ସର୍ବନାଶ ହୋଇ ଏକ ଉତମ ସମାଜର ନିର୍ମାଣ ହେଉ। ସେ ରାଷ୍ଟ୍ରର ନିରନ୍ତର ଉନ୍ନତି ପଥରେ ଅଗ୍ରସର ରହିବାର ମଙ୍ଗଳକାମନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ଦେଶସାରା ପରିବାରଜନଙ୍କୁ ରାମନବୀର ଶୁଭକାମନା। ତ୍ୟାଗ, ତପ ଏବଂ ସଂଯମରେ ଭରିଥିବା ମର୍ଯ୍ୟାଦା ପୁରୁଷୋତମଙ୍କ ଜୀବନରୁ ଆମେ ସମସ୍ତ ପରିସ୍ଥିତିରେ ପୁରା ସାମର୍ଥ୍ୟରେ ସାମ୍ନା କରିବାକୁ ପ୍ରେରଣା ମିଳେ। ତାଙ୍କ ଆଦର୍ଶ ଅନନ୍ତକାଳ ପର୍ଯ୍ୟନ୍ତ ଭାରତବାସୀଙ୍କ ସହିତ ସମ୍ପୂର୍ଣ୍ଣ ମାନବତାର ପଥ ପ୍ରଦର୍ଶକ ହୋଇରହିବେ।
ପ୍ରଧାନମନ୍ତ୍ରୀ ଦେଶର କଲ୍ୟାଣର କାମନା କରି କହିଛନ୍ତି ଯେ ଭଗବାନ ରାମଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ଯେଉଁଥିରେ ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପର ସିଦ୍ଧିର ମାର୍ଗ ପ୍ରଶସ୍ତ ହେଉ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି