ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରୟାସ କାର୍ଯ୍ୟକ୍ରମ
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ପଞ୍ଚପଡ଼ାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବୁଧବାର ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା କ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରୟାସ କାର୍ଯ୍ୟକ୍ରମ


ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ପଞ୍ଚପଡ଼ାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବୁଧବାର ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା କିସାନ ମୁଖ୍ୟଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଅନିଲ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ବରିଷ୍ଠ ପ୍ରଶିକ୍ଷିକା ରଞ୍ଜିତା ହର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରତିଷ୍ଠାନର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ କଳା, ହସ୍ତ ଶିଳ୍ପ , ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ l ଶିକ୍ଷାର୍ଥୀ ମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷା ହାସଲ କରିବା ସହିତ ସମାଜ ଉପଯୋଗୀ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିବା ନେଇ ପ୍ରୟାସ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା l

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକାଙ୍କ ସହ କର୍ମଚାରୀ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande