
ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ରାମଲିଳା ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଂପାଦକ ରାମଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଂଚାସିନ ଥିଲେ ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରା, ରବି ନାରାୟଣ ନାଏକ, ଉପ-ସଭାପତି ଚତୁର୍ଭୁଜ ରାଉତ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଦର୍ଜୀ, ଡା. ରୁଦ୍ରନାରାୟଣ ପଟେଲ, ଚତୁର୍ଭୁଜ ପଟେଲ ମଂଚାସିନ ଥିଲେ। ସର୍ବ ପୁରାତନ ରାମଲିଳା ୨୦୨୬କୁ ଏ ବର୍ଷ ରାମଲିଳା ମହୋତ୍ସବରେ ନାମିତ ହୋଇଛି। ସ୍ଥାନୀୟ ଯୁବ ପିଢି, ଯୁବ କଳାକାର ଓ ପୁରାତନ କଳାକାରକୁ ନେଇ ମହୋତ୍ସବ ଆୟୋଜିତ ହେବ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ। ୨୭ ମାର୍ଚ୍ଚ ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହେବ। ପ୍ରତି ଦିନ ବୈଶ୍ୟ ସଦାଶିବ ରଚିତ ବିଭିନ୍ନ ଅଧ୍ୟାୟରେ ନାଟକ ପରିବେଷଣ ହେବ। ବିଶେଷ ଆକର୍ଷଣ ହେବ ସର୍ବ ପୁରାତନ ପାରଂପାରିକ ୧୫୦ ବର୍ଷର ପାଟଣା ଶାସନର ରାମଲିଳାରେ ଶୋଭା ପାଉଥିବା କାଠ ମୁଖା ଏବଂ ଛଉ ନୃତ୍ୟରେ ତାଳେ ତାଳେ ଆୟୋଜିତ ହେବ। ଆସନ୍ତା ଶୁକ୍ରବାର ଦିନ ରାମଜୀ ପଡା ରାମଜୀ ମନ୍ଦିର ରୁ ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କଳାକାର ସାମିଲ ହେବ ଏବଂ ସର୍ବ ପୁରାତନ ରାମଲିଳା ଅନୁଷ୍ଠାନର କଳାକାରମାନେ ସାମିଲ ହେବେ। ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ ଦେଇ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ