
ନୂଆପଡ଼ା, ୨୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଆଜିଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଥମେ ଶିଶୁ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ବିଭିନ୍ନ ବାଦ୍ୟ ସହ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ମନ୍ଦିର ଦର୍ଶନ କରାଯାଇଥିଲା। ଏହି ଉପଲକ୍ଷେ ଶିଶୁ ଭାଇ ଭଉଣୀ ମାନେ ଶ୍ରୀରାମ ସମ୍ପର୍କିତ ବିଭିନ୍ନ ବେଶରେ ଆସିଥିଲେ। ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଅମର ସିଂ ବାରିକ, ବରିଷ୍ଠ ଗୁରୁଜୀ ମନମୋହନ ସିଂହ ବାବୁ, ହେରାମ୍ୱ ମେହେର, ବୈବସୁତ ପଟେଲ, ରମାକାନ୍ତ ରଣା, ସୁଜିତ ଦାଶ, ସଞ୍ଜୟ ସିଂହ ବାବୁ ତଥା ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ। ସେହିପରି ଖଡ଼ିଆଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ବାଟିକା ବିଭାଗର ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଦେବୀ ସୀତାଙ୍କ ବେଶରେ ଛାତ୍ରୀ ଆଦ୍ଯା ଅରୁଣିମା ସାହୁ, କୁଞ୍ଚିକା ବନଛୋର, ଉର୍ବି କୈବର୍ତ୍ତ, ନିବେଦିତା ପୋଡ଼, ଜୀବିକା ନିଆଲ, ଆଈଷା ପଟେଲ , ଶୋଭାଞ୍ଜଳି ନାଗ, ଲିସା ସାହୁ, ନିକିତା ପଟେଲ, ଅର୍ପିତା ସିଂ ନିନା, ଦୁର୍ଗାଶ୍ରୀ ନାଗ, ଶ୍ରୀରାମ ବେଶରେ ଶ୍ଳୋକ ବାରିକ, ଦୀପ୍ତାଂଶୁ ଯୋଷୀ, ସିର୍ଦ୍ଧାର୍ଥ ବନଛୋର, ଶ୍ରେୟସ୍ ସଞ୍ଜିବନୀ ପ୍ରଧାନ, ତେଜସ୍ ପୋଡ଼, ଘନଶ୍ୟାମ କୈବର୍ତ୍ତ, ପ୍ରକାଶ ନାଗ, ହନୁମାନ ବେଶରେ ନିଖିଳ ପ୍ରମୁଖ ନିଜକୁ ସଜ୍ଜିତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ବୃନ୍ଦାବନ ସିଂ ବାବୁ, ଡୋଳାନନ୍ଦ ଚିନାଗୁନ୍, ଗୁରୁମା ସବିତା ଷଡ଼ଙ୍ଗୀ, ଶ୍ରଦ୍ଧାଞ୍ଜଳି ବଳ, ପୂର୍ଣ୍ଣମୀ ହଂସ, ଶୁଭଶ୍ରୀ ସୁପ୍ରିୟା ସିଂ ଦେଓ, ସୁରଭି ନାଏକଙ୍କ ନେତୃତ୍ୱରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ଅନେକ ପରିବାର ସେମାନଙ୍କୁ ବନ୍ଦାପନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ