
ଜୟପୁର, 26 ମାର୍ଚ୍ଚ (ହି.ସ.) - ପ୍ରଭୁ ଶ୍ରୀରାମଙ୍କ ଶୋଭାଯାତ୍ରା ନିମନ୍ତେ ଆଜି ଟାଉନପୁଲିସ ପକ୍ଷରୁ ରୁଟ ମ୍ୟାପ ପ୍ରସ୍ତୁତ କରିଥିବା ନେଇ ଏସଡିପିଓ ଅର୍ଚ୍ଚିତା ମିତଲ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କାଲି ରାମନବମୀ ଉପଲକ୍ଷେ ସାଢେ ୪ଟା ସମୟରେ ସ୍ଥାନୀୟ ପାଵାର ହାଉସ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜୟପୁର ମୁଖ୍ୟ ରାସ୍ତା ଦେଇ ଦଶହରା ପଡିଆ ଠାରେ ପହଁଚିବ। ଏହି ଦିନ ଜୟପୁର ସହରରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଶୋଭାଯାତ୍ରା ରେ ଖଣ୍ତା କାତି ବନ୍ଧୁକ ଏବ˚ ଆତଶବାଜୀ କରାଯିବ ନାହିଁ। ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜୟପୁର ବାସୀଙ୍କୁ ଅନୁରୋଧ କରିଥିଲେ।
ଆସନ୍ତା କାଲି ଗାନ୍ଧୀଛକ ଠାରୁ ପାଵାରହାଉସ ଯାଉଥିବା ରାସ୍ତା ୨ଟାରୁ ବନ୍ଦ କରାଯିବ। ପାଵାରହାଉସ ଛକ ଠାରୁ ସହର ମଧ୍ୟକୁ ଗାଡି ମୋଟର ପ୍ରବେଶ କରାଇ ଦିଆଯିବ ନାହି। ଜୟନଗର ବାଇପାସ ଦେଇ ସମସ୍ତ ଗାଡି ଯାତାୟତ କରିବ। ପୁରୁଣା ହସପିଟାଲ ଠାରୁ କୌଣସି ଗାଡି ସହର ମଧ୍ୟରେ ପ୍ରବେଶ କରିବ ନାହିଁ। ନୂଆସାହି ମଧ୍ୟ ଦେଇ ସମସ୍ତ ଗାଡି ଯାତାୟତ କରିବ ବୋଲି ଏସଡିପିଓ ଅର୍ଚ୍ଚିତା ମିତଲ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି