ରେଳ ଟ୍ରାକ୍ ପାର ହେବା ସମୟରେ ଘଟୁଥିବା ଦୁର୍ଘଟଣା ବନ୍ଦ ହେବ, ୧୨ ଘଂଟା ମଧ୍ୟରେ କଲଭର୍ଟ ନିର୍ମାଣ କରାଯିବ - ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, ୨୬ ମାର୍ଚ୍ଚ (ହି.ସ.) - ସାରା ଦେଶରେ ରେଳ ଟ୍ରାକ୍ ପାର ହେବା ସମୟରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ରେଳବାଇ ଏବେ ମିଶନ ମୋଡ଼ରେ କାମ କରିବ । ଏ ଦିଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ନୂଆଦିଲ୍ଲୀରେ ଅଧିକାରୀଙ୍କ ସହିତ ଏକ କର୍ମଶାଳା ଆୟୋଜନ କରିଥିଲେ ଏବଂ ବ୍ୟାପକ ନିର୍ଦ୍ଦେ
ରେଳ ଟ୍ରାକ୍ ପାର ହେବା ସମୟରେ ଘଟୁଥିବା ଦୁର୍ଘଟଣା ବନ୍ଦ ହେବ, ୧୨ ଘଂଟା ମଧ୍ୟରେ କଲଭର୍ଟ ନିର୍ମାଣ କରାଯିବ - ଅଶ୍ୱିନୀ ବୈଷ୍ଣବ


ନୂଆଦିଲ୍ଲୀ, ୨୬ ମାର୍ଚ୍ଚ (ହି.ସ.) - ସାରା ଦେଶରେ ରେଳ ଟ୍ରାକ୍ ପାର ହେବା ସମୟରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ରେଳବାଇ ଏବେ ମିଶନ ମୋଡ଼ରେ କାମ କରିବ । ଏ ଦିଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ନୂଆଦିଲ୍ଲୀରେ ଅଧିକାରୀଙ୍କ ସହିତ ଏକ କର୍ମଶାଳା ଆୟୋଜନ କରିଥିଲେ ଏବଂ ବ୍ୟାପକ ନିର୍ଦ୍ଦେଶ ଜାରି କରିଥିଲେ । ରେଳମନ୍ତ୍ରୀ କହିଛନ୍ତି ଯେ, ଯେଉଁଠାରେ ରେଳ ଟ୍ରାକ୍ ଗୋଟିଏ ପାଶ୍ୱର୍ରେ ଜନବସତି ଅଛି ଏବଂ ଅନ୍ୟ ପାଶ୍ୱର୍ରେ ଫାର୍ମ, ସ୍କୁଲ, ଶ୍ମସାନ କିମ୍ବା ଅନ୍ୟାନ୍ୟ ଜରୁରୀ ସ୍ଥାନ ଅଛି, ସେଠାରେ ଲୋକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରକାର ରେଳ କଲଭର୍ଟ (ସବୱେ) ନିର୍ମାଣ କରାଯିବ । ଏହି କଲଭର୍ଟ ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ନିରାପଦ ଏବଂ ସହଜ ପରିବହନ ସୁବିଧା ଯୋଗାଇବା । ବୈଷ୍ଣବ ଅଧିକାରୀ ମାନଙ୍କୁ କଲଭର୍ଟ ଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଲୋକମାନେ ସେଗୁଡ଼ିକୁ ବିନା ଦ୍ୱିଧାରେ ବ୍ୟବହାର କରିପାରିବେ । ଏଗୁଡ଼ିକ ଏପରି ଭାବରେ ନିର୍ମଣ କରାଯିବ ଯେ, ସାଇକେଲ, ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଥିବା ଲୋକଙ୍କ ପାଖରେ ସହଜରେ ପହଂଚିପାରିବ । ଏହି ପଦକ୍ଷେପ ଦେଶର ଜନସଂଖ୍ୟାର ଏକ ବଡ଼ ଅଂଶ ପାଇଁ ଜୀବନ ରକ୍ଷାକାରୀ ପ୍ରମାଣିତ ହେବେ । ରେଳ ଯୋଜନା ଅନୁଯାୟୀ, କଲଭର୍ଟ ଗୁଡ଼ିକର ଗଠନ ପୂର୍ବରୁ ପ୍ରସ୍ତୁତ କରାଯିବ ଏବଂ ପରେ ଏହାକୁ ସ୍ଥାନକୁ ଅଣାଯାଇ ସ୍ଥାପନ କରାଯିବ । ସ୍ଥାପନ ସମୟରେ ରେଳ ଟ୍ରାକକୁ ବ୍ଲକ୍ କରାଯିବ, ଯାହା ମଧ୍ୟରେ ଟ୍ରାକ୍କୁ କଟାଯିବ ଏବଂ କଲଭର୍ଟକୁ ଫିଟ୍ କରି ମାତ୍ର ୧୨ ଘଂଟା ମଧ୍ୟରେ ବ୍ୟବହାର ପାଇଁ ଖୋଲାଯିବ । ରେଳମନ୍ତ୍ରୀ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, କଲଭର୍ଟ ଗୁଡ଼ିକର ଡିଜାଇନ୍ ଏପରି ହେବା ଉଚିତ ଯେ, ଜଳବନ୍ଦୀ ଭଳି ସମସ୍ୟା ସେମାନଙ୍କୁ ପ୍ରଭାବିତ କରିବ ନାହିଁ । ଆଗାମୀ ପାଂଚରୁ ଛଅ ବର୍ଷ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସୁନିଶ୍ଚିତ କରିବାକୁ ସେ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande