ସୁକଚାନ୍ଦ ମାନ୍ନା ସରକାରୀ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ କଇଥଖୋଲା ଠାରେ ଥିବା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅମୀୟ କୁମାର ଦୁଆରୀଙ୍କ ଅବସରକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସ ସଭାପତିତ୍ୱ କରିଥିଲେ। କା
SUKACHAND MANA SCHOOL SAMBARDHANA


ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ କଇଥଖୋଲା ଠାରେ ଥିବା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅମୀୟ କୁମାର ଦୁଆରୀଙ୍କ ଅବସରକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସ ସଭାପତିତ୍ୱ କରିଥିଲେ। କାଳିପଦ ମଣ୍ଡଳ ଅତିଥି ପରିଚୟ ପ୍ରଦାନ, ମୁଖ୍ୟ ଅତିଥି ନିପେଶ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ମୃଣ୍ମୟ ମାନ୍ନା, ସମ୍ମାନୀତ ଅତଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଦାସ, ରବିନ୍ଦ୍ର କୁମାର ଦଳେଇ,ପ୍ରାଣକୃୃଷ୍ନ ଓଝା, ଗଙ୍ଗାଧର ମାନ୍ନା, ତାରାପଦ ସିଂହ,ବ୍ରଜକିଶୋର ଗିରି ପ୍ରମୁଖ ମଂଚାସୀନ ହେବା ସହ ନିଜ ନିଜ ବକ୍ତବ୍ୟରେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ଚାନ୍ଦବାଲି ପ୍ରାଥମିକ ଶିକ୍ଷକସଂଘର ସଭାପତି ପ୍ରକାଶ ନାୟକ, କାର୍ଯ୍ୟକାରୀ ସଂପାଦକ ଅଶୋକ କୁମାର ମଲିକ, ବିଦାୟୀ ଶିକ୍ଷକଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରିଥିଲେ। ଏହି ସଭାରେ ଅତିଥି ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ କରାଯିବା ସହ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ପୁରଷ୍କୃତ କରାଯାଇଥିଲା। ଶିକ୍ଷକ ତ୍ରିନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ହୋଇଥିବା ସବାକୁ ମାନିକ ଲାଲ ଦାସ, ମାନସ ପରିଡା, ବନବିହାରୀ ସିଂ,ରାଜେନ୍ଦ୍ର ରାଉଳ, ସସ୍ମିତା ଦୁଆରୀ, କମଳିନୀ ଦାସ, ଲକ୍ଷ୍ମଣ ଦାସ, ଶ୍ରୀକୃଷ୍ନ ପଣ୍ଡିତ, ରଶଯମିତା ମଣ୍ଡଳ, ବିଶ୍ୱମ୍ବର ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande