


ସୁବର୍ଣ୍ଣପୁର,୨୬ ମାର୍ଚ୍ଚ(ହି.ସ.) – ସାରା ରାଜ୍ୟରେ ମାର୍ଚ୍ଚ ୨୧ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅବସରରେ ସୋନପୁର ଆଂଚଳିକ ପରିବହନ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି। ପରିବହନ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ତତ୍ୱାବଧାନରେ ମାର୍ଚ୍ଚ ୨୧ ଦିନ ସୋନପୁର ଥାନାଧିକାରୀଙ୍କ ସହିତ ସମନ୍ୱୟ ରଖି ସୋନପୁରର ତେଲ ନଦୀ ସେତୁ ନିକଟରେ ସ୍ୱତନ୍ତ୍ର ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ମଦ୍ୟପାନ କରି ଗାଡ଼ି ଚଳାଉ ଥିବା ଅମାନିଆ ଚାଳକଙ୍କର ଚାଲାଣ କଟା ଯାଇଥିଲା। ସେହିପରି ୨୨ ତାରିଖ ଦିନ ତମାମ ବିଭିନ୍ନ ପ୍ରକାର ସଚେତନତା ଓ ଯାନ ବାହାନ ଯାଂଚ ଅୟୋଜନ ହୋଇଥିଲା ଏହି ଅବସରରେ ଅର୍ଜୁନପୁର ଛକରେ ଗାଡ଼ି ମଟରଗୁଡ଼ିକର କାଗଜ ପତ୍ର ଯାଂଚ କରାଯାଇଥିଲା ଏବଂ ବିନିକା ବ୍ଲକରେ ଅଟୋ ଚାଳକମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ