


ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡ଼ାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲଙ୍କ ସଭାପତିତ୍ୱରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ। ସଂପାଦକ ମହୋଦୟ ମୁଖ୍ୟ ଅତିଥିଙ୍କୁ ଉତରୀୟ ଓ ନାରିକେଳ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ସମବେତ ସଙ୍ଗୀତ ଛାତ୍ରଛାତ୍ରୀ ଶ୍ରୀମୟୀ ପଣ୍ଡା, ଅର୍ଚ୍ଚିତା କପାଟ, ଆଦ୍ୟାଶା ମିଶ୍ର ଓ ଶୁଭଶ୍ରୀ ମିଶ୍ର ଗାନ କରିଥିଲେ। ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିଲେ। ସଂଯୋଜନା ଛାତ୍ରୀ ମାନ୍ୟତା ନାଏକ, ପ୍ରଗତି ଦାଶଓ ଅର୍ଚ୍ଚିତା କପାଟ କରିଥିଲେ। ଶିଶୁବକ୍ତା ରୂପେ ଦେବାଶିଷ ମିଶ୍ର,ସ୍ୱିକୃତିରାଣୀ କର୍ମୀ ଓ ବିଶାଖା ମେହେର ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ପରେ ଛାତ୍ରୀ ଶିଖା ନାଏକ ବ୍ୟକ୍ତିଗତ ଗୀତ ଗାନ କରିଥିଲେ। ମୂଖ୍ୟ ଅତିଥି କହିଲେ ଯେ ସାଧୁସଙ୍ଗ ହିଁ ଜୀବନର ପ୍ରକୃତ ରାସ୍ତା ଦେଖାଇ ଥାଏ। ଶ୍ରୀରାମଙ୍କ ପୂଜା ଅର୍ଚ୍ଚନା ଗୁରୁମା ସୁଷମା ଷଡଙ୍ଗୀ କରିଥିଲେ। ଏହାପରେ ଛାତ୍ରୀ ଆଦ୍ୟାଶା ମିଶ୍ର ଏକ ଭଜନ ଗାନ ସହ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟର ସଂପାଦକ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁମା ଭାରତୀ ସାହୁ ଏକ ଭଜନ ପରିବେଷଣ କରିଥିଲେ। କୌତୁକ ପୋଷକ ବେଶରେ ଆସିଥିବା ଅନ୍ୟୁନ୍ୟ ୧୦ଜଣ କୁନିକୁନି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ ଓ ପୁରସ୍କୃତ କରିଥିଲେ। ମଂଚାସୀନ ଅନ୍ୟତମ ଅତିଥି ରୂପେ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲ ଉପସ୍ଥିତ ଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ମିଷ୍ଟାନ୍ନ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହିପରି ଗୁରୁମା ଭାରତୀ ସାହୁଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୂର୍ଣ୍ଣ ହୋଇଥିଲା ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ